Advertisment

ଟ୍ରାଫିକ ପୁଲିସ୍‌ଙ୍କୁ ଚପଲରେ ପିଟିଲେ ମହିଳା ଇ-ରିକ୍ସା ଚାଳକ

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ମହିଳା ଜଣଙ୍କ ସର୍ବସମ୍ମୁଖରେ ଟ୍ରାଫିକ ପୁଲିସ୍‌ ଅଫିସରଙ୍କୁ ଧକ୍କା ଦେବା ସହ ଚପଲରେ ପିଟୁଛନ୍ତି।

author-image
Hemant Lenka
UP

UP

ବିଚ ରାସ୍ତାରେ ନିଜର ଔଦ୍ଧତାମୀ ଦେଖାଇଛନ୍ତି ଜଣେ ମହିଳା ଇ-ରିକ୍ସା ଚାଳକ। ସେ ନିଜର ସ୍ଲିପରରେ ଜଣେ ଟ୍ରାଫିକ ପୁଲିସଙ୍କୁ ପ୍ରବଳ ପିଟିଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ମଙ୍ଗଳବାର ଗାଜିଆବାଦର ଇନ୍ଦ୍ରାପୁରମ ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ କ୍ୟାମେରାରେ ମହିଳା ଇ-ରିକ୍ସା ଚାଳକଙ୍କ ସବୁ ହରକତ କଏଦ ହୋଇଛି।

Advertisment

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ମହିଳା ଜଣଙ୍କ ସର୍ବସମ୍ମୁଖରେ ଟ୍ରାଫିକ ପୁଲିସ୍‌ ଅଫିସରଙ୍କୁ ଧକ୍କା ଦେବା ସହ ଚପଲରେ ପିଟୁଛନ୍ତି। ଅଫିସର ଜଣଙ୍କୁ ଆକ୍ରମଣରୁ ରକ୍ଷା ପାଇବା ପାଇଁ ନିଜର ହାତ ଦେଖାଉଥିଲେ ହେଁ ମହିଳା ଜଣଙ୍କ ତାଙ୍କୁ ପିଟିବା ବନ୍ଦ କରି ନଥିଲେ। ବିଚ୍‌ ରାସ୍ତାରେ ସେ ଏପରି ଦାଦାଗିରି କରିବା ସହ ଶେଷରେ ବେଶ ଆରାମରେ ଚାଲିଚାଲି ସେଠାରୁ ଚାଲି ଯାଉଥିବା ଦୃଶ୍ୟ ଭିଡିଓରେ ରହିଛି।

Advertisment

ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ଗୋଟିଏ ମାମଲା ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଛି। ବରିଷ୍ଠ ଟ୍ରାଫିକ ପୁଲିସ୍‌ ଅଧିକାରୀ ପୁନମ ମିଶ୍ରା କହିଛନ୍ତି, ଆମେ ଉକ୍ତ ଅଞ୍ଚଳରେ ଇ-ରିକ୍ସା ଗୁଡ଼ିକ ଯୋଗୁ ଟ୍ରାଫିକ ଜାମ ହେଉଥିବାର ଏକାଧିକ ଅଭିଯୋଗ ପାଇଥିଲୁ। ଏହାପରେ ଜଣେ ଟ୍ରାଫିକ ଅଧିକାରୀ ସେଠାରେ ପହଞ୍ଚିଥି ଓ ମହିଳାଙ୍କୁ ତାଙ୍କର ଇ-ରିକ୍ସା ସାଇଡ କରିବାକୁ କହିଥିଲେ।

କିନ୍ତୁ ମହିଳା ଜଣଙ୍କ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ପୂର୍ବରୁ ମଧ୍ୟ ମହିଳା ଜଣଙ୍କ ନିଜର ଆକ୍ରମଣାତ୍ମକ ବ୍ୟବହାର ପାଇଁ ଅନେକ ଥର ଚର୍ଚ୍ଚାକୁ ଆସିଥିଲେ। ଏବେ ସେ ଡ୍ୟୁଟିରେ ଥିବା ଅଧିକାରୀଙ୍କୁ ଆକ୍ରମଣ କରିଛନ୍ତି। ଏଥିପାଇଁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ତାଙ୍କ ଇ-ରିକ୍ସାରେ ନମ୍ବର ପ୍ଲେଟ ମଧ୍ୟ ନଥିଲା ବୋଲି ପୁନମ କହିଛନ୍ତି।

Uttar Pradesh Viral Video