Advertisment

ବିକିନି ପିନ୍ଧି ବସରେ ଯାତ୍ରା କଲେ ଯୁବତୀ, ଭାଇରାଲ ହେଲା ଭିଡିଓ

ଦିଲ୍ଲୀରେ ଏଭଳି ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଅନେକ ବାର ଦିଲ୍ଲୀ ମେଟ୍ରୋ ଭିତରେ ଏହିଭଳି ଘଟଣା ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣା ପରେ ସୋଶାଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

author-image
Manoj Swain
ଅଦ୍ୟତନ ହୋଇଛି
Woman Enters Crowded Delhi Bus Wearing A Bikin

Woman Enters Crowded Delhi Bus Wearing A Bikin

ପୁଣି ଚର୍ଚ୍ଚାରେ ଦିଲ୍ଲୀ। ଦିଲ୍ଲୀର ଏକ ଜନଗହଳିପୂର୍ଣ୍ଣ ବସରେ ଏକ ଅଶ୍ଲୀଳ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲିଟିଛି। ବସରେ ଉପସ୍ଥିତ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେତେବେଳେ ଜଣେ ଯୁବତୀ ସେଠାରେ କେବଳ ବିକିନି ପିନ୍ଧି ପହଞ୍ଚିଥିଲେ। ତେବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ତେବେ, ଦିଲ୍ଲୀରେ ଏଭଳି ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଅନେକ ବାର ଦିଲ୍ଲୀ ମେଟ୍ରୋ ଭିତରେ ଏହିଭଳି ଘଟଣା ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣା ପରେ ସୋଶାଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଏହି ଯୁବତୀ ଜଣଙ୍କ କିଏ ଓ ସେ କେଉଁଆଡେ ଯାଉଛନ୍ତି ତାହା ଜଣା ପଡିନାହିଁ ।

ଭାଇରାଲ୍ ଭିଡିଓରେ ବିକିନି ପିନ୍ଧିଥିବା ଯୁବତୀ ଜଣଙ୍କ ବସ୍‌ରେ ଥିବା ବେଳେ ଅନ୍ୟ ଜଣେ ମହିଳାଯାତ୍ରୀ ମଧ୍ୟ ତାଙ୍କ ପାଖରେ ରହିଥିଲେ, କିନ୍ତୁ କିଛି ସମୟ ପରେ ସେହି ମହିଳା ଯାତ୍ରୀ ନିଜ ଆସନ ଖାଲି କରି ବିକିନି ପିନ୍ଧିଥିବା ଯୁବତୀଙ୍କଠାରୁ ଦୂରେଇ ଯାଇଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ କିଛି ସୋଶାଲ ମିଡିଆ ୟୁଜର ଯୁବତୀଙ୍କ ପୋଷାକକୁ ସମାଲୋଚନା କରିଥିବାବେଳେ ଅନ୍ୟମାନେ ଏହାକୁ ସମର୍ଥନ କରିଛନ୍ତି।

Advertisment

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ (DMRC) ବାରମ୍ବାର ଯାତ୍ରୀମାନଙ୍କୁ ଏଭଳି କାର୍ଯ୍ୟକୁ ମେଟ୍ରୋ ଭିତରେ ନ କରିବାକୁ ଅନୁରୋଧ କରିଆସୁଛି। ତେବେ ଏହି ଅଶ୍ଲୀଳ ଭିଡିଓ ସାମ୍ନାକୁ ଆସିବା ପରେ ଅନ୍ୟ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।

Delhi Viral Video