କଥାରେ ଅଛି- ରଖେ ହରି ତ ମାରେ କିଏ? ଏକଥା ସତ ସାବ୍ୟସ୍ତ ହୋଇଛି। ଦିଲ୍ଲୀର ଜଣେ ମହିଳା ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇ ଯାଇଛନ୍ତି। ଉକ୍ତ ମହିଳାଙ୍କୁ ଏକ କାର୍ ଧକ୍କା ଦେବା ପରେ ସେ ଉଚ୍ଚକୁ ଉଡ଼ିଯାଇ ଓଭରବ୍ରିଜ୍ ଖୁଣ୍ଟରେ ଲାଖି ଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ସମୟରେ ମହିଳା ଜଣକ ସ୍କୁଟି ଯୋଗେ ଯାଉଥିଲେ। ନୋଏଡା ନିକଟରେ ତାଙ୍କ ସ୍କୁଟିକୁ ଏକ କାର୍ ଧକ୍କା ଦେଇଥିଲା। ଫଳରେ ସେ ବହୁ ଉଚ୍ଚକୁ ଉଡ଼ି ଯାଇଥିଲେ। ମାତ୍ର ତଳେ ପଡ଼ିବା ପୂର୍ବରୁ ଭଗବାନ ତାଙ୍କୁ ରକ୍ଷା କରିଦେଇଛନ୍ତି।
ଆଶ୍ଚର୍ଯ୍ୟକର ଭାବେ ମହିଳା ଜଣକ ଓଭରବ୍ରିଜର ଖୁଣ୍ଟରେ ଲାଖି ଯାଇଥିଲେ। ପରେ ତାଙ୍କୁ କ୍ରେନ୍ ଯୋଗେ ଉଦ୍ଧାର କରାଯାଇଛି। ଏହି ସମୟର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।
ଭାଇରାଲ୍ ଭିଡିଓ ଅନୁସାରେ, ମହିଳା ଜଣକ ଓଭରବ୍ରିଜ୍ ଧାରରେ ବସିଥିବା ଦେଖିବାକୁ ମିଳୁଛି। ପୁଲିସ ଏବଂ ଅଗ୍ନିଶମବାହିନୀ କର୍ମଚାରୀ ତାଙ୍କୁ ଉଦ୍ଧାର କରୁଛନ୍ତି। ତେବେ ତାଙ୍କର କୌଣସି ଗୁରୁତର ଆଘାତ ହୋଇନଥିବା ଅତିରିକ୍ତ ଡେପୁଟି ପୁଲିସ କମିଶନର କହିଛନ୍ତି।
#WATCH | Uttar Pradesh: A scooty-riding girl landed on the pillar of the elevated road near Noida Sector 25 under Sector 20 PS area, after she was hit by an unidentified vehicle. Two men are attempting to rescue her. More details awaited. pic.twitter.com/IsABJQrH1t
— ANI (@ANI) September 21, 2024
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।