Advertisment

କାର୍ ଧକ୍କା ପରେ ଉଡ଼ିଯାଇ ପୋଲ ଖୁଣ୍ଟରେ ଲାଖିଗଲେ ମହିଳା

ମହିଳା ଜଣକ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇ ଯାଇଛନ୍ତି।

ଅଦ୍ୟତନ ହୋଇଛି
Overbridge

Overbridge

Advertisment

କଥାରେ ଅଛି- ରଖେ ହରି ତ ମାରେ କିଏ? ଏକଥା ସତ ସାବ୍ୟସ୍ତ ହୋଇଛି। ଦିଲ୍ଲୀର ଜଣେ ମହିଳା ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇ ଯାଇଛନ୍ତି। ଉକ୍ତ ମହିଳାଙ୍କୁ ଏକ କାର୍ ଧକ୍କା ଦେବା ପରେ ସେ ଉଚ୍ଚକୁ ଉଡ଼ିଯାଇ ଓଭରବ୍ରିଜ୍ ଖୁଣ୍ଟରେ ଲାଖି ଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇଛି।

Advertisment

ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ସମୟରେ ମହିଳା ଜଣକ ସ୍କୁଟି ଯୋଗେ ଯାଉଥିଲେ। ନୋଏଡା ନିକଟରେ ତାଙ୍କ ସ୍କୁଟିକୁ ଏକ କାର୍ ଧକ୍କା ଦେଇଥିଲା। ଫଳରେ ସେ ବହୁ ଉଚ୍ଚକୁ ଉଡ଼ି ଯାଇଥିଲେ। ମାତ୍ର ତଳେ ପଡ଼ିବା ପୂର୍ବରୁ ଭଗବାନ ତାଙ୍କୁ ରକ୍ଷା କରିଦେଇଛନ୍ତି।

ଆଶ୍ଚର୍ଯ୍ୟକର ଭାବେ ମହିଳା ଜଣକ ଓଭରବ୍ରିଜର ଖୁଣ୍ଟରେ ଲାଖି ଯାଇଥିଲେ। ପରେ ତାଙ୍କୁ କ୍ରେନ୍ ଯୋଗେ ଉଦ୍ଧାର କରାଯାଇଛି। ଏହି ସମୟର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

Advertisment

ଭାଇରାଲ୍ ଭିଡିଓ ଅନୁସାରେ, ମହିଳା ଜଣକ ଓଭରବ୍ରିଜ୍ ଧାରରେ ବସିଥିବା ଦେଖିବାକୁ ମିଳୁଛି। ପୁଲିସ ଏବଂ ଅଗ୍ନିଶମବାହିନୀ କର୍ମଚାରୀ ତାଙ୍କୁ ଉଦ୍ଧାର କରୁଛନ୍ତି। ତେବେ ତାଙ୍କର କୌଣସି ଗୁରୁତର ଆଘାତ ହୋଇନଥିବା ଅତିରିକ୍ତ ଡେପୁଟି ପୁଲିସ କମିଶନର କହିଛନ୍ତି।  

Accident Viral Video Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe