Advertisment

BMWରେ ଆସିଲେ, ଦୋକାନ ବାହାରେ ଥିବା ଫୁଲ କୁଣ୍ଡ ଚୋରି କଲେ ମହିଳା

ଘଟଣାର ଭିଡିଓ ଭାଇରାଲ ହେବା ପରେ ସମସ୍ତେ ଦାମୀ କାରରେ ଆସି ଫୁଲ କୁଣ୍ଡ ଚୋରି କରୁଥିବା ମହିଳାଙ୍କୁ ତୀବ୍ର ସମାଲୋଚନା କରିବାରେ ଲାଗିଛନ୍ତି।

author-image
Hemant Lenka
BMW

BMW

ଚକଚକ ଗାଡ଼ି। ଟିପଟପ ପୋଷାକ। ତଥାପି କରୁଛନ୍ତି ଚୋରି। ରାତି ଅଧରେ ଜଣେ ମହିଳା କେମିତି ଫୁଲ କୁଣ୍ଡ ଚୋରି କରୁଛନ୍ତି, ତା’ର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ମହିଳା ଜଣଙ୍କ ଗୋଟିଏ BMWରେ ଆସି ଦୋକାନ ବାହାରେ ଥିବା ଫୁଲ କୁଣ୍ଡ ଚୋରି କରିଛନ୍ତି।

Advertisment

ଉତ୍ତର ପ୍ରଦେଶର ନୋଏଡାରେ ଘଟିଥିବା ଏହି ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଘଟଣାର ଭିଡିଓ ଭାଇରାଲ ହେବା ପରେ ସମସ୍ତେ ଦାମୀ କାରରେ ଆସି ଫୁଲ କୁଣ୍ଡ ଚୋରି କରୁଥିବା ମହିଳାଙ୍କୁ ତୀବ୍ର ସମାଲୋଚନା କରିବାରେ ଲାଗିଛନ୍ତି।

ଘଟଣାଟି ରାତି ପ୍ରାୟ ୧୨ଟା ପରେ ଘଟିଛି। ମହିଳା ଜଣଙ୍କ ଗୋଟିଏ ନାଲି ରଙ୍ଗର BMW X1 କାର୍‌ ଧରି ଆସିଥିଲେ। ଜଣେ ଗାଡ଼ି ଚଳାଉଥିବ ବେଳେ ମହିଳା ଜଣଙ୍କ ସେଥିରେ ବସିଥିଲେ। ଗାଡ଼ିଟି ଗୋଟିଏ ଦୋକାନ ସାମ୍ନାରେ ଅଟକିବା ପରେ ମହିଳା ଜଣଙ୍କ ବେଶ ରାଜକୀୟ ଷ୍ଟାଇଲରେ ଓହ୍ଲାଇଥିଲେ।

Advertisment

ଏହାପରେ ସେ ଚାରି ଆଡ଼େ ଚାହିଁବା ପରେ ଗୋଟିଏ ଫୁଲ କୁଣ୍ଡ ଦୋକାନ ଆଗରୁ ଉଠାଇ କାର୍‌ରେ ଭର୍ତ୍ତି କରିଥିଲେ। କାର୍‌ରେ ବସିଥିବା ସମ୍ଭବତଃ ଡ୍ରାଇଭର ମହିଳାଙ୍କ ପାଇଁ ପୂର୍ବରୁ ଦ୍ୱାର ଖୋଲା ରଖିଥିଲେ। ସେ ଫୁଲ କୁଣ୍ଡ କାରରେ ରଖିବା ପରେ ରାସ୍ତାରେ ଥିବା କିଛି ଲୋକ ପ୍ରତିବାଦ କରିଥିଲେ।

ମହିଳା ଜଣଙ୍କ ଏସବୁ ଭିତରେ କାରରେ ବସି ଲୋକଙ୍କ ସହ ଯୁକ୍ତି କରିଥିଲେ। ଏହାପରେ ସେଠାରୁ ଫୁଲ କୁଣ୍ଡ ଧରି ଚାଲି ଯାଇଥିଲେ। ଏପରି କି ସେ ପ୍ରତିଦିନ ଗୋଟିଏ ଲେଖାଏ ଫୁଲ କୁଣ୍ଡ ନେଉଥିବା କହିଥିଲେ। ଯାଞ୍ଚରୁ ଜଣାପଡ଼ିଛି ଯେ ମହିଳା ଜଣଙ୍କ BMW କାରରେ ଆସି ପୂର୍ବରୁ ଏଠାରୁ ଦୁଇଟି ଫୁଲ କୁଣ୍ଡ ନେଇ ସାରିଛନ୍ତି।

ଏହାର ଭିଡିଓ ଭାଇରାଲ ହେବା ପରେ ସମସ୍ତେ ମହିଳାଙ୍କୁ ସମାଲୋଚନା କରିଛନ୍ତି। ଘଟଣାଟି ଅକ୍ଟୋବର ୨୫ରେ ଘଟିଥିବା ବେଳେ ଏଯାଏ ପୁଲିସ୍‌ରେ ଏନେଇ କୌଣସି ଅଭିଯୋଗ କରାଯାଇ ନାହିଁ।

Uttar Pradesh Viral Video