Advertisment

ଅହଂକାର ନା ବେଖାତିର: ଚର୍ଚ୍ଚାରେ ୨ ଜଣଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ମହିଳା

ତାଙ୍କ କାର ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଆହତ ଲୋକ ରାସ୍ତାରେ ପଡ଼ି ଚିତ୍କାର କରୁଛନ୍ତି। ତଥାପି ମହିଳା ଜଣଙ୍କ ଦୁର୍ଘଟଣା ସ୍ଥଳରେ ସ୍ଥଳରେ ଛିଡ଼ା ହୋଇ ହସୁଛନ୍ତି। ତାଙ୍କ ମୁହଁରେ ଅନୁତାପର ରଙ୍ଗ ହିଁ ନାହିଁ।

author-image
Hemant Lenka
Pakistan

Pakistan

କାର୍‌ ମଡ଼ାଇ ୨ ଜଣଙ୍କୁ ମାରି ଦେଲେ। ୪ ଜଣ ଆହତ ହେଲେ। ନିଜେ ଚଳାଉଥିବା କାର ମଧ୍ୟ ଛିନଛତ୍ର ହେଲା। ତଥାପି କୌଣସି ପଶ୍ଚାତାପ କିମ୍ବା ଦୁଃଖ ନାହିଁ। ଦୁର୍ଘଟଣା ଘଟାଇଥିବା ଜଣେ ପାକିସ୍ତାନୀ ମହିଳାଙ୍କ ବ୍ୟବହାର ଏବେ ବେଶ ଚର୍ଚ୍ଚାରେ।

Advertisment

ତାଙ୍କ କାର ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଆହତ ଲୋକ ରାସ୍ତାରେ ପଡ଼ି ଚିତ୍କାର କରୁଛନ୍ତି। ତଥାପି ମହିଳା ଜଣଙ୍କ ଦୁର୍ଘଟଣା ସ୍ଥଳରେ ସ୍ଥଳରେ ଛିଡ଼ା ହୋଇ ହସୁଛନ୍ତି। ତାଙ୍କ ମୁହଁରେ ଅନୁତାପର ରଙ୍ଗ ହିଁ ନାହିଁ। ଏହାର ଭିଡିଓ ଭାଇରାଲ ହେବା ପରେ ସମସ୍ତେ ମହିଳାଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି।

ଅଗଷ୍ଟ ୧୯ରେ ପାକିସ୍ତାନର ବିଶିଷ୍ଟ ବ୍ୟବସାୟୀ ଦାନିଶ ଇକବାଲଙ୍କ ପତ୍ନୀ ନତାଶା ଦାନିଶ କରସାଜ ରୋଡରେ ନିଜର ଟୋୟୋଟା ଲାଣ୍ଡ କ୍ରୁଜିଅର ନେଇ ଯାଉଥିଲେ। ସେ ଗାଡ଼ି ବୁଲାଉଥିବା ବେଳେ ହଠାତ୍‌ ନିୟନ୍ତ୍ରଣ ହରାଇଥିଲେ। ସେ ନିଜ କାରକୁ ଏକାଧିକ ବାଇକ ଓ ଅନ୍ୟ ଗାଡ଼ିରେ ପିଟି ଦେଇଥିଲେ।

Advertisment

ଫଳରେ ଜଣେ ବ୍ୟକ୍ତି ଓ ତାଙ୍କ ଝିଅ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ। ଆଉ ୪ ଜଣ ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକମାନେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଏବେ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଛନ୍ତି।

ତେବେ ଏତେ ବଡ଼ ଦୁର୍ଘଟଣା ପରେ ନତାଶା ପ୍ରଦର୍ଶନ କରିଥିବା ବ୍ୟବହାର ସମସ୍ତଙ୍କୁ ଚକିତ କରିଛି। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଦୁର୍ଘଟଣା ପରେ ନତାଶାଙ୍କୁ ଅନେକ ଲୋକ ଘେରି ରହିଛନ୍ତି। ସେ ଏପରି ସ୍ଥିତିରେ ହସିବା ସହ ତାଙ୍କ ପରିବାରର ଦବଦବା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଉଛନ୍ତି। ତମେ ମାନେ ମୋ ବାପାଙ୍କୁ ଜାଣି ନାହଁ ବୋଲି ନତାଶା ଆଙ୍ଗୁଠି ଦେଖାଇ କହୁଥିବା ଶୁଣିବାକୁ ମିଳୁଛି।

ଏହି ଭିଡିଓ ଭାଇରାଲ ହେବା ପରେ ଅନେକ ନତାଶାଙ୍କୁ ସମାଲୋଚନା କରିଛନ୍ତି। ତାଙ୍କୁ କଠୋର ଦଣ୍ଡ ମିଳିବା ଦରକାର ବୋଲି ଦାବି କରିଛନ୍ତି।

ଘଟଣା ପରେ ନତାଶାଙ୍କୁ ପୁଲିସ୍‌ କୋର୍ଟରେ ହାଜର କରାଇଥିଲା। ସେଠାରେ ତାଙ୍କ ଓକିଲ ନତାଶା ଜଣେ ମାନସିକ ଅସୁସ୍ଥ ରୋଗୀ ବୋଲି କୋର୍ଟଙ୍କୁ ଅବଗତ କରାଇଛନ୍ତି। ତାଙ୍କ ଓକିଲ ଆମୀର ମନସୁବ ଦାବି କରିଛନ୍ତି ଯେ ନତାଶାଙ୍କ ମାନିସକ ସ୍ଥିତି ସ୍ଥିର ନାହିଁ ଓ ସେ ଜିହ୍ନା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ହସ୍ପିଟାଲ ରେକର୍ଡ କହୁଛି ଯେ ସେ ସୁସ୍ଥ ହେବା ପରେ ମେଡିକାଲକରୁ ଡିସଚାର୍ଜ ହୋଇଛନ୍ତି।

Pakistan Viral Video