Advertisment

ଛୁଆ ଆଗରେ ଜୁଆରରେ ଭାସିଗଲା ମାଆ, ଭାଇରାଲ ହେଉଛି ଭିଡିଓ

ଛୁଆଙ୍କ ଆଖି ଆଗରେ ଜୁଆରରେ ଭାସିଗଲା ମାଆ। ସାମାନ୍ୟ ଅବହେଳା ପରିବାରର ହସ-ଖୁସି ଛଡାଇନେଲା।

author-image
Debibandita Barick
ଅଦ୍ୟତନ ହୋଇଛି
Woman swept away by wave

Woman swept away by wave

ନିମିଷକେ ଉଭେଇଗଲା ସବୁ ସୁଖ। ଛୁଆଙ୍କ ଆଖି ଆଗରେ ଭାସିଗଲା ମାଆ। ସାମାନ୍ୟ ଅବହେଳା ପାଇଁ ପିକନିକରେ ଆସିଥିବା ପରିବାରର ସବୁ ସୁଖ, ଦୁଃଖରେ ପରିଣତ ହୋଇଗଲା। ଏପରି ଏକ ଦୁଃଖଦ ଘଟଣା ଘଟିଛି ମୁମ୍ବାଇର ବାନ୍ଦ୍ରା ସ୍ଥିତ ବସ୍ତାନ୍ଦ ନିକଟରେ।  

Advertisment

ମୃତକଙ୍କ ନାଁ ଜ୍ୟୋତି ସୋନାର। ତାଙ୍କ ପରିବାର ମୁମ୍ବାଇ ଭ୍ରମଣରେ ଆସିଥିଲେ। ପ୍ରଥମେ ମୁମ୍ବାଇର ଜୁହୁ ଚୌପାତ୍ତି ଯିବାକୁ ଯୋଜନା କରିଥିଲେ। କିନ୍ତୁ ସେଠାରେ ସମୁଦ୍ରକୁ ଯିବାକୁ ବାରଣ ଥିବାରୁ ବାନ୍ଦ୍ରା ଯାଇଥିଲେ। ବାନ୍ଦ୍ରା ଦୁର୍ଗରେ ପହଞ୍ଚିବା ପରେ ଫଟୋ ଉଠାଇବା ପାଇଁ ସମୁଦ୍ରକୂଳକୁ ଯାଇଥିଲେ ଜ୍ୟୋତିଙ୍କ ପରିବାର। ସେଠାରେ ଜ୍ୟୋତି ଏବଂ ତାଙ୍କ ସ୍ୱାମୀ ଏକ ପଥର ଉପରେ ବସିଥିବା ବେଳେ ତାଙ୍କ ପୁଅ ଟିକିଏ ଦୂରରେ ଥାଇ ଫଟୋ ଉଠାଉଥିଲା।

Advertisment

ଏହି ସମୟରେ ହଠାତ୍ ଏକ ଉଚ୍ଚ ଜୁଆର ଆସିବାରୁ ଭାସି ଯାଇଥିଲେ ଜ୍ୟୋତି। ପିଲାଟି 'ମମି' 'ମମି' କହି ଜୋରରେ ଚିତ୍କାର କରିଥିଲା। ଉପସ୍ଥିତ ଜଣେ ବ୍ୟକ୍ତି ଜ୍ୟୋତିଙ୍କୁ ରକ୍ଷା କରିବା ପାଇଁ ତାଙ୍କ ଶାଢୀକୁ ଟାଣି ଧରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ହେଲେ ସମୁଦ୍ର ଜୁଆରରେ ଭାସି ଯାଇଥିଲେ ଜ୍ୟୋତି। ଖବର ପାଇ ଉଦ୍ଧାରକାରୀ ଟିମ୍ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ରବିବାର ତାଙ୍କ ମୃତଦେହ ଉଦ୍ଧାର ହୋଇଛି।

Woman Drown In Sea Beach Bandra News