Advertisment

ଯମରାଜଙ୍କ ପାଥହୋଲ୍‌ ଅଲିମ୍ପିକ୍ସ, ଭାଗ ନେଲେ ଭୂତପ୍ରେତ

ଏହି ନିଆରା ପ୍ରତିବାଦର ଭିଜୁଆଲ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

author-image
Madhupriya Mistry
Yamrajs Long Jump Contest

Yamrajs Long Jump Contest

ରାସ୍ତା ସାରା ଖାଲ। ପାଦେ ପାଦେରେ ରହିଛି ପ୍ରାଣ ଯିବା ଆଶଙ୍କା। ଏହାକୁ ପ୍ରତିବାଦ କରି ପାଥହୋଲ୍‌ ଅଲିମ୍ପିକ୍ସ ଆୟୋଜନ କରିଛନ୍ତି ଖୋଦ୍‌ ଯମରାଜ। ତାଙ୍କ ସହ ଚିତ୍ରଗୁପ୍ତ ଅଛନ୍ତି। ଆଉ ଏହି ଅଲିମ୍ପିକ୍ସରେ ଭାଗ ନେଇଛନ୍ତି ଭୂତପ୍ରେତ। ଏଭଳି କିଛି ନିଆରା ପ୍ରତିବାଦ ଦେଖିବାକୁ ମିଳିଛି କର୍ଣ୍ଣାଟକର ଉଡୁପିରେ।

Advertisment

କର୍ଣ୍ଣାଟକ ଉଡୁପିରେ ବିପଦପୂର୍ଣ୍ଣ ଖାଲଖମା ରାସ୍ତାରେ ପ୍ରେତଙ୍କ ମଧ୍ୟରେ ଲଙ୍ଗ ଜମ୍ପ ପ୍ରତିଯୋଗିତା ଆୟୋଜନ କରିଛନ୍ତି ଯମରାଜ। ମୃତ୍ୟୁର ଦେବତା ଯମରାଜଙ୍କ ବେଶରେ ସଜେଇ ହୋଇ ସହରର ଖାଲଖମା ରାସ୍ତା ଉପରେ ନିଆରା ବିରୋଧ ପ୍ରଦର୍ଶନ କରାଯାଇଛି।

ଜଣେ ବ୍ୟକ୍ତି ନିଜକୁ ଯମରାଜଙ୍କ ବେଶରେ ସଜ୍ଜିତ କରିଥିବା ବେଳେ ଆଉ ଜଣେ ଚିତ୍ରଗୁପ୍ତ ଓ ଅନ୍ୟଜଣେ ପ୍ରେତ ବେଶରେ ସଜ୍ଜିତ ହୋଇ ଖାଲ ଖମା ରାସ୍ତାରେ ଲଙ୍ଗ୍ ଜମ୍ପ ପ୍ରତିଯୋଗିତା କରିଛନ୍ତି। ଏହି ନିଆରା ପ୍ରତିବାଦର ଭିଜୁଆଲ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

Advertisment

ଉଡୁପି ସହରରୁ ମାଲପେ ବିଚ୍‌କୁ ସଂଯୋଗ କରୁଥିବା ରାସ୍ତାରେ ଏହି ପ୍ରତିବାଦ କରାଯାଇଛି। ଲଙ୍ଗ୍ ଜମ୍ପରେ ଭାଗ ନେଇଥିବା ପ୍ରେତ ବେଶଧାରୀ ରାସ୍ତାର ଖାଲ ଉପରେ ଡିଆଁ ମାରୁଛି। ପ୍ରେତ କେତେ ଦୂରତା ଜମ୍ପ କରୁଛି ତାହାର ମାପ କରୁଛନ୍ତି ଯମରାଜ। ଏଥିରେ କାହାର ମୃତ୍ୟୁ ହେଉଛି ତାହା ଲେଖୁଛନ୍ତି ଚିତ୍ରଗୁପ୍ତ। ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଏଭଳି ନିଆରା ପ୍ରତିବାଦ କରାଯାଇଛି।

Karnataka Protest Viral Video Pathhole Udupi