Advertisment

ଜୋମାଟୋ ବୟଙ୍କ ଅଭିବନ ତରିକା; ବାଇକ୍‌ ବଦଳରେ ଘୋଡ଼ାରେ କଲେ ଖାଦ୍ୟ ଡେଲିଭରି

ଘଣ୍ଟା ଘଣ୍ଟା ଟାଙ୍କି ସମ୍ମୁଖରେ ଛିଡ଼ା ହୋଇ ବି ତେଲ ନ ପାଇବା ପରେ ଜୋମାଟୋ ଡେଲିଭରି ବୟ ଦେଶୀ ତରିକା ଆପଣାଇଛନ୍ତି ।

ଅଦ୍ୟତନ ହୋଇଛି
Zomato Boy

Zomato Boy

Advertisment

ଗତ ୩ ଦିନ ଧରି ଲାଗି ରହିଥିବା ଟ୍ରକ୍‌ ଚାଳକଙ୍କ ଆନ୍ଦୋଳନ ହେତୁ ଦେଶର ବିଭିନ୍ନ ସ୍ଥାନରେ ତେଲ ଟାଙ୍କି ସମ୍ମୁଖରେ ଲାଗି ରହିଥିଲା ଅସମ୍ଭବ ଭିଡ଼ । ଏପରିକି ବହୁ ସ୍ଥାନରେ ଘଣ୍ଟା ଘଣ୍ଟା ଛିଡ଼ା ହେବା ପରେ ବି ଲୋକେ ଖାଲି ହାତରେ ଫେରୁଥିଲେ।

Advertisment

ଏପରି ସ୍ଥିତିରେ ଅଭିନବ ଉପାୟରେ ଗ୍ରାହକଙ୍କ ନିକଟରେ ଖାଦ୍ୟ ଡେଲିଭରି କରୁଛନ୍ତି ଜୋମାଟା ବୟ। ଘଣ୍ଟା ଘଣ୍ଟା ଟାଙ୍କି ସମ୍ମୁଖରେ ଛିଡ଼ା ହୋଇ ବି ତେଲ ନ ପାଇବା ପରେ ଜୋମାଟୋ ଡେଲିଭରି ବୟ ଦେଶୀ ତରିକା ଆପଣାଇଛନ୍ତି । ଏପରିକି ବୟଜଣକ ଖାଦ୍ୟ ଡେଲିଭରି କରିବାକୁ ବାଇକ୍‌ ବଦଳରେ ଘୋଡ଼ାକୁ ବାଛିଛନ୍ତି। ଏପରି ଏକ ଘଟଣା ହାଇଦ୍ରାବାଦରେ ଦେଖିବାକୁ ମିଳିଥିବା ବେଳେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ହାଇଦ୍ରାବାଦର ଇମ୍ପରିଆଲ ହୋଟେଲ ସମ୍ମୁଖ ବ୍ୟସ୍ତ ରାସ୍ତାରେ ଜଣେ ଜୋମାଟୋ ବୟ ଏକ ଘୋଡ଼ା ଗାଡ଼ିରେ ଫୁଡ୍‌ ଡେଲିଭରି କରିବାକୁ ନେଉଥିବା ଦେଖି ଲୋକଙ୍କ ମନରେ ବେଶ୍ କୌତୁହଳ ଦେଖିବାକୁ ମିଳିଥିଲା। ଏ ନେଇ ସମ୍ପୃକ୍ତ ଜୋମାଟୋ ବୟଙ୍କୁ ଜଣେ ପଥଚାରୀ ପଚାରିବାରୁ ଖାଦ୍ୟ ଅର୍ଡର ଧରି ବାହାରିବାର ୩ ଘଣ୍ଟା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ଛିଡ଼ା ହେଲି। ମାତ୍ର ପେଟ୍ରୋଲ ପାଇଲି ନାହିଁ। ଏହାପରେ ଘୋଡ଼ା ଧରି ଅର୍ଡର ଡେଲିଭରି କରିବାକୁ ବାହାରିଥିବା ସେ କହିଛନ୍ତି।

Advertisment

କେନ୍ଦ୍ର ସରକାରଙ୍କ ନୂଆ ହିଟ୍‌ ଆଣ୍ଡ ରନ୍‌ ଆଇନକୁ ବିରୋଧ କରି ସାରା ଦେଶରେ ଟ୍ରକ୍‌ ଓ ଡମ୍ପର ଚାକଳ ପ୍ରାୟ ୩ ଦିନ ଧରି ଚକା ଜାମ୍‌ କରିବା ଫଳରେ ଦେଶର ବିଭିନ୍ନ ସ୍ଥାନରେ ତେଲର ଅଭାବ ଦେଖାଦେଇଥିଲା। । ଏହାକୁ ନେଇ ମୁମ୍ବାଇ, ଇନ୍ଦୋରଠାରୁ ଆରମ୍ଭ କରି ଦିଲ୍ଲୀ ହରିୟାଣା, ୟୁପି ସମେତ ଅନେକ ସ୍ଥାନରେ ଟ୍ରକ୍‌ ଚାଳକମାନେ ନିଜ ନିଜ ଟ୍ରକ୍‌କୁ ରାସ୍ତା ଉପରେ ରଖି ବିକ୍ଷୋଭ କରିଥିଲେ। ଫଳରେ ବିଭିନ୍ନ ରାଜ୍ୟରେ ତେଲ ଟାଙ୍କି ଫାଙ୍କା ହୋଇ ଯାଇଥିବା ବେଳେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ତେବେ ଗତକାଲି ସନ୍ଧ୍ୟାରେ କେନ୍ଦ୍ର ସରକାର ଓ ଆନ୍ଦୋଳନକାରୀ ଡ୍ରାଇଭରଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ସଫଳ ହୋଇଛି। ସରକାର ସବୁ କଥା ଶୁଣିଥିବାରୁ ଆଉ କାଲି ଠାରୁ ଡ୍ରାଇଭରମାନେ ଆନ୍ଦୋଳନ କରିବେ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି।

Viral Video Andhra Pradesh Zomatto
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe