Advertisment

ଘୋଡା ଚଢି ଫୁଡ ଡେଲିଭରି କରୁଛନ୍ତି ଜୋମାଟୋ ବୟ

ଖାଦ୍ୟ ଡେଲିଭରି କରିବାକୁ ବାଇକ୍‌ ବଦଳରେ ଘୋଡ଼ାକୁ ବାଛିଛନ୍ତି। ଏପରି ଏକ ଘଟଣା ହାଇଦ୍ରାବାଦରେ ଦେଖିବାକୁ ମିଳିଥିବା ବେଳେ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ଟ୍ରକ୍‌ ଚାଳକଙ୍କ ଆନ୍ଦୋଳନ ହେତୁ ଦେଶର ବିଭିନ୍ନ ସ୍ଥାନରେ ତେଲ ଟାଙ୍କି ସମ୍ମୁଖରେ ଲାଗି ରହିଥିଲା ଅସମ୍ଭବ ଭିଡ଼ । ଏପରିକି ବହୁ ସ୍ଥାନରେ ଘଣ୍ଟା ଘଣ୍ଟା ଛିଡ଼ା ହେବା ପରେ ବି ଲୋକେ ଖାଲି ହାତରେ ଫେରୁଥିଲେ। ଏପରି ସ୍ଥିତିରେ ଅଭିନବ ଉପାୟରେ ଗ୍ରାହକଙ୍କ ନିକଟରେ ଖାଦ୍ୟ ଡେଲିଭରି କରୁଛନ୍ତି ଜଣେ ଜୋମାଟୋ ବୟ। ଘଣ୍ଟା ଘଣ୍ଟା ଟାଙ୍କି ସମ୍ମୁଖରେ ଛିଡ଼ା ହୋଇ ବି ତେଲ ନ ପାଇବା ପରେ ଜୋମାଟୋ ଡେଲିଭରି ବୟ ଦେଶୀ ତରିକା ଆପଣାଇଛନ୍ତି । ସେ ଖାଦ୍ୟ ଡେଲିଭରି କରିବାକୁ ବାଇକ୍‌ ବଦଳରେ ଘୋଡ଼ାକୁ ବାଛିଛନ୍ତି। ଏପରି ଏକ ଘଟଣା ହାଇଦ୍ରାବାଦରେ ଦେଖିବାକୁ ମିଳିଥିବା ବେଳେ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Advertisment
Zomato Hyderabad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe