ଜୁନ୍ ୧ରୁ ଅଗଷ୍ଟ ୧୫ ଯାଏଁ ରାଜ୍ୟରେ ୬୬୮.୨ ମିମି ବର୍ଷା ରେକର୍ଡ ହୋଇଛି। ୧୮ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଏକମାତ୍ର ବୌଦ୍ଧ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ହୋଇଛି। କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଯାଜପୁର, ଗଞ୍ଜାମ, କେନ୍ଦ୍ରାପଡ଼ା, ନବରଙ୍ଗପୁର, କୋରାପୁଟ, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି।
Also Read
ଗତ ୨୪ ଘଣ୍ଟାରେ ବରଗଡ଼ ଜିଲ୍ଲାର ବିଜେପୁରରେ ସର୍ବାଧିକ ୫୬ ମିମି ବର୍ଷା ହୋଇଛି। ସେହିପରି ସୋନପୁରର ବୀରମହାରାଜପୁରରେ ୪୮.୪ ମିମି ବର୍ଷା ହୋଇଥିବା ବେଳେ ଖୋର୍ଦ୍ଧାର ବାଣପୁରରରେ ୪୧, ସମ୍ବଲପୁରର ରେଢ଼ାଖୋଲରେ ୩୯, ଯାଜପୁରର ଜେନାପୁରରେ ୩୬.୪, ଅନୁଗୋଳର ବଅଁରପାଳରେ ୩୧.୮ ଓ କେନ୍ଦୁଝରର ଦଇତାରୀରେ ୩୦.୪ ମିମି ବର୍ଷା ରେକର୍ଡ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Weather
୨୧ ତାରିଖ ଯାଏଁ ବର୍ଷା! ଚିନ୍ତାରେ ଚାଷୀ
ଦକ୍ଷିଣ ଓ ଦକ୍ଷିଣ ଉପକୂଳ ସମେତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସେପଟେ ବର୍ଷା ହେଲେ ଏକର ଏକର ଫସଲର ଧାନ ନଷ୍ଟ ହେବା ଆଶଙ୍କାରେ ଚାଷୀ।
Weather
କମିବ ଶୀତ, ବଢ଼ିବ ତାପମାତ୍ରା; ହୋଇପାରେ ବର୍ଷା
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ଆଗାମୀ ୪୮ ଘଣ୍ଟା ଭିତରେ କୋରାପୁଟ ଓ କନ୍ଧମାଳରେ ଘନ କୁଡୁଡି ହେବାର ସମ୍ଭାବନା ରହିଛି।
Weather
ରାଜ୍ୟରେ ଅସହ୍ୟ ଶୀତ: ୧ ଡିଗ୍ରୀକୁ ଖସିଲା ପାରଦ, କେଉଁଠି ଜାଣନ୍ତୁ
ରାଜ୍ୟ ଆହୁରି ଶୀତ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି।
Weather
ବଦଳିଲା ପାଗର ମିଜାଜ୍; ଟ୍ୱିନ୍ ସିଟିରେ ବର୍ଷା
ରାଜ୍ୟରେ ସ୍ୱଳ୍ପ ଧରଣର ବର୍ଷା ପ୍ରଭାବରେ ୨ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ।
Weather
ଚାଷୀଙ୍କୁ ଧାନ ଅମଳ ଚିନ୍ତା; ୮ ଓ ୯ ତାରିଖରେ ବର୍ଷା!
ରାଜ୍ୟର କିଛି ଜିଲ୍ଲାରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ତେଣୁ ପ୍ରବର ଶୀତ ହେବ ବୋଲି ଆକଳନ କରାଯାଉଛି।