Advertisment

'ଦାନା' ଆସିବା ପୂର୍ବରୁ ସି-ବିଚ୍‌ରେ ଲାଗୁହେଲା ୧୪୪ ଧାରା

ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାରାଦୀପ, ଶିଆଳି, ବାଲିକୁଦା ସି-ବିଚ୍‌ରେ ୧୪୪ ଧାରା ଲାଗୁ କରାଯାଇଥିବା କହିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ୍ ।

author-image
Niharika Rout
Sea

Sea

 ଓଡ଼ିଶା ଉପକୂଳକୁ ହିଟ୍ କରିବ ବାତ୍ୟା 'ଦାନା'। ଭିତରକନିକା-ଧାମରା ମଧ୍ୟରେ କରିବ ଲ୍ୟାଣ୍ଡଫଲ୍ । ଆସନ୍ତାକାଲି ରାତି ଓ ୨୫ ତାରିଖ ସକାଳେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା। ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ ରହିବ ୧୦୦-୧୨୦ କିମି । ତେବେ ‘ଦାନା’ର କୋପ ଜଗତସିଂହପୁର ଜିଲ୍ଲାରେ ବି ଦେଖିବାକୁ ମିଳିବ ।

Advertisment

ଏହା ପୂର୍ବରୁ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସି-ବିଚ୍‌ରେ ଲାଗୁ ହୋଇଛି ୧୪୪ ଧାରା। ଏଥିସହ ପାରାଦୀପରୁ ଏରସମା ସିଆଳି ପର୍ଯ୍ୟନ୍ତ ସମୁଦ୍ର ତଟରେ ଲାଗୁ ହେବ କଟକଣା । ପାରାଦୀପରୁ ସିଆଳି ପର୍ଯ୍ୟନ୍ତ ଆଜି ସନ୍ଧ୍ୟାରୁ ୧୬୩ ଲାଗୁ ହେବ କହିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ।

‘ଦାନା’ ପ୍ରକୋପ ଆରମ୍ଭ ହେଲେ ସମୁଦ୍ର ଅଶାନ୍ତ ହେବା ସହ ଜୁଆର ମାଡ଼ି ଆସିବ । ଏହି ସମୟରେ ପବନର ବେଗ ବି ଶହେ କିମି ଉପରେ ରହିବ । ତେଣୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାରାଦୀପ, ଶିଆଳି, ବାଲିକୁଦା ସି-ବିଚ୍‌ରେ ୧୪୪ ଧାରା ଲାଗୁ କରାଯାଇଥିବା କହିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ୍ ।

Advertisment

ଏଥିସହ ସେ କହିଛନ୍ତି, ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ କରିବା ପୂର୍ବରୁ ବିଭିନ୍ନ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହେଲାଣି। ତଳ, ଅଞ୍ଚଳରେ ରହୁଥିବା ଲୋକ ତଥା ମାଟି ଘରେ ରହୁଥିବା ଲୋକଙ୍କୁ ପ୍ରଥମେ ସ୍ଥାନାନ୍ତର କରାଯାଉଛି। ଏଥିସହ ସି-ବିଚ୍‌ରେ ୧୪୪ ଧାରା ଲାଗୁ ହୋଇଛି। ଏହି ନିୟମ ଲାଗୁ ହେବା ଫଳରେ କୌଣସି ପର୍ଯ୍ୟଟକ ତଥା ସ୍ଥାନୀୟ ଲୋକ ଉକ୍ତ ସ୍ଥାନକୁ ଯାଇ ପାରିବେନି।

ଏହାବାଦ ଆଜି ଅପରାହ୍ନରୁ ଆଉ ଏକ ନିୟମ ଲାଗୁ ହେବ । ଏହି ନିୟମ ଫଳରେ ସମୁଦ୍ରକୁ ସଂଯୋଗ କରୁଥିବା ନଦୀ ବନ୍ଧରେ ଭାରିଯାନ ଚଳାଚଳକୁ ବାରଣ କରାଯିବ । ଉକ୍ତ ରାସ୍ତା ଦେଇ କେବଳ ରିଲିଫ ସାମଗ୍ରୀ ଗାଡ଼ି ଯାଇପାରିବ ବୋଲି କହିଛନ୍ତି ଜେ. ସୋନାଲ୍ । 

'ଦାନା’ ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ ୮୮ ହଜାର ଲୋକ ପ୍ରଭାବିତ ହେବା ଆଶଙ୍କା ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ୮ ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ । ସେଥିପାଇଁ ୨୧ଟି ଆଶ୍ରୟସ୍ଥଳୀ ସହ ୪୫ଟି ବହୁମୁଖୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ।

‘ଦାନା’ ପ୍ରଭାବରେ ବିଭିନ୍ନ ସ୍ଥାନରେ ଅଶାନ୍ତ ହେଲାଣି ସମୁଦ୍ର। କେନ୍ଦ୍ରାପଡ଼ା ରାଜଗନର ସମେତ ପାରାଦୀପ ଓ ଚନ୍ଦ୍ରଭାଗାରେ ଅଶାନ୍ତ ହେଲାଣି ସମୁଦ୍ର।

Odisha Cyclone Update Jagatsinghpur Cyclone Dana