Advertisment

ଆସିଲାଣି ବାତ୍ୟା; ହେଲେ ସୁବର୍ଣ୍ଣପୁର ଦୀପରେ ଅଛନ୍ତି ୧୫ ପରିବାର

ବାତ୍ୟା ‘ଦାନା’ ପାଇଁ ବ୍ଲକ୍‌ ପ୍ରଶାସନ ପକ୍ଷରୁ ଦୀପରୁ ପଳାଇଆସିବା ପାଇଁ ସେମାନଙ୍କୁ କୁହାଯାଇଥିଲା। ହେଲେ ସେମାନେ ଘର ଛାଡ଼ି ଆସିବାକୁ ରାଜି ହେଉନାହାନ୍ତି। ଧିରେ ଧିରେ ସମୁଦ୍ରରେ ପବନର ବେଗ ବଢ଼ୁଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି।

Balasore

Balasore

Advertisment

ଆସିଲାଣି ବାତ୍ୟା ‘ଦାନା’। ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ସେଥିପାଇଁ ତତ୍ପରତା ପ୍ରକାଶ କଲେଣି ରାଜ୍ୟ ସରକାର। ସମୁଦ୍ର କୂଳିଆ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀରେ ଥଇଥାନ୍‌ କରାଗଲାଣି। ହେଲେ ଆଜି ପର୍ଯ୍ୟନ୍ତ ବାଲେଶ୍ୱର ଜିଲ୍ଲାରେ ତାଳସାରୀ ବିଚ୍‌ଠାରୁ ଅନତି ଦୂରରେ ସମୁଦ୍ର ଭିତରେ ଥିବା ସୁବର୍ଣ୍ଣପୁର ଦୀପରେ ରହିଛନ୍ତି ୧୫ ପରିବାର। ସେମାନଙ୍କୁ ଉଦ୍ଧାର କରିବାକୁ ଦାବି ହେଉଛି।

Advertisment

ସୁବର୍ଣ୍ଣପୁର ଦୀପ। ସେହି ଦୀପକୁ ସଡ଼କ ପଥ ନାହିଁ। ତିନି ପାର୍ଶ୍ୱରେ ନୀଳ ସମୁଦ୍ର ଘେରି ରହିଥିବା ବେଳେ ଗୋଟିଏ ପାର୍ଶ୍ୱରେ ରହିଛି ଘଞ୍ଚ ଝାଉଁ ବଣ। ପ୍ରାୟ ୩ରୁ ୪ କିମି ପାଦ ଚଲା ଦୁର୍ଗମ ଝାଉଁ ବଣ ରାସ୍ତା ଅତିକ୍ରମ କଲେ ପଡ଼ିବ ସେହି ଦୀପ। ଭୋଗରାଇ ବ୍ଲକ୍‌ ତାଳସାରିଠାରୁ ଅନତି ଦୂରରେ ସମୁଦ୍ର ମଝିରେ ରହିଛି ଏହି ଦୀପ। ସେହି ଦୀପରେ ୧୫ ପରିବାର ବାସ କରୁଛନ୍ତି। ସେମାନେ ସମୁଦ୍ରରୁ ମାଛ ମାରି ପରିବାର ଭରଣ ପୋଷଣ କରୁଛନ୍ତି।

ବାତ୍ୟା ‘ଦାନା’ ପାଇଁ ବ୍ଲକ୍‌ ପ୍ରଶାସନ ପକ୍ଷରୁ ଦୀପରୁ ପଳାଇଆସିବା ପାଇଁ ସେମାନଙ୍କୁ କୁହାଯାଇଥିଲା। ହେଲେ ସେମାନେ ଘର ଛାଡ଼ି ଆସିବାକୁ ରାଜି ହେଉନାହାନ୍ତି। ଧିରେ ଧିରେ ସମୁଦ୍ରରେ ପବନର ବେଗ ବଢ଼ୁଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ଏ ନେଇ ଗଣମାଧ୍ୟମରେ ଖବର ପରେ ତତ୍ପର ହୋଇଛି ପ୍ରଶାସନ। ଆଜି ରାତି ହୋଇଯାଇଥିବାରୁ ଆସନ୍ତାକାଲି ଫୋର୍ସ ମାଧ୍ୟମରେ ସେମାନଙ୍କୁ ଅଣାଯିବ ବୋଲି ଭୋଗରାଇ ବିଡିଓ କହିଥିବା ଜଣାପଡ଼ିଛି।

Advertisment

ସୂଚନାରୁ ପ୍ରକାଶ, ୨୦୧୯ ମସିହାରେ ସୁବର୍ଣ୍ଣପୁର ଦୀପରେ ଥିଲେ ୫ ପରିବାର। ବାତ୍ୟା ଯୋଗୁ ସେତେବେଳେ ସେମାନଙ୍କୁ ଆସିବାକୁ କୁହାଯାଇଥିଲା। ହେଲେ ସେମାନେ ଆସିନଥିଲେ। ସେହି ସମୟରେ ପ୍ରଶାସନ ସେମାନଙ୍କୁ ବଳପୂର୍ବକ ଉଠାଇ ଆଣିଥିଲେ। ଯାହାଫଳରେ ସେମାନଙ୍କ ଜୀବନ ବଞ୍ଚି ଯାଇଥିଲା। ଏବେ ପୁଣି ସମାନ ସ୍ଥିତି ଦେଖିବାକୁ ମିଳିଛି। ୫ ପରିବାରରୁ ବଢ଼ି ୧୫ରେ ପହଞ୍ଚିଲେଣି। ସେମାନଙ୍କୁ ଆସନ୍ତାକାଲି ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore Cyclone Dana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe