Advertisment

ଫୁଲୁଛି ବ୍ରାହ୍ମଣୀ, ରାତି ସାରା ଟାପୁରେ ଫସି ରହିଲେ ଦୁଇ ଯୁବକ

ଆଜି ସକାଳୁ ମଝି ନଦୀରୁ ଯୁବକଦ୍ୱୟଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନେ ସୁରକ୍ଷିତ ଥିବା ଜଣାଯାଇଛି।

author-image
Niharika Rout
Rescue

Rescue

ଲଗାଣ ବର୍ଷା ହେତୁ ବ୍ରାହ୍ମଣୀ ନଦୀ ଫୁଲୁଥିବା ବେଳେ ଏହା ମଝିରେ ରାତି ସାରା ଫସି ରହିଲେ। ଦୁଇ ଯୁବକ । ଢେଙ୍କାନାଳ ଜିଲ୍ଲା ରାଧାଦେଇପୁର ପଞ୍ଚାୟତ ଅନ୍ତର୍ଗତ ନୁଆପଡା ଗ୍ରାମ ନିକଟରେ ଘଟିଛି ଏହି ଅଘଟଣ । ଆଜି ସକାଳୁ ମଝି ନଦୀରୁ ଯୁବକଦ୍ୱୟଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନେ ସୁରକ୍ଷିତ ଥିବା ଜଣାଯାଇଛି।

Advertisment

ଯୁବକଦ୍ୱୟ ବ୍ରାହ୍ମଣୀରେ ଏକ ମେଗା ପ୍ରୋଜେକ୍ଟ ପାଇଁ ସିକ୍ୟୁରିଟି ଗାର୍ଡ ଭାବରେ ନିଯୁକ୍ତ ହୋଇଥିଲେ। ସେମାନେ ହେଲେ ନୂଆପଡା ଗାଁର ଅନନ୍ତ ଚରଣ ସାହୁ ଓ ବିଶ୍ୱଜିତ ହୋତା।

ଗତକାଲି ରାତିରେ ଉଭୟ ଅନନ୍ତ ଓ ବିଶ୍ୱଜିତ ଡ୍ୟୁଟିରେ ଥିବା ବେଳେ ହଠାତ ବ୍ରାହ୍ମଣୀରେ ପାଣି ମାଡିଆସିଥିଲା। ଫଳରେ ଉଭୟେ ସେଠାରେ ଫସି ରହିଥିଲେ। ଆଜି ସକାଳୁ ଗାଁ ଲୋକେ ଢେଙ୍କାନାଳ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଉଭୟ ଯୁବକଙ୍କୁ ଉଦ୍ଧାର କରିଛନ୍ତି। ଏବେ ସେମାନେ ସୁରକ୍ଷିତ ଥିବା ଜଣାଯାଇଛି।

Advertisment

ଅଗ୍ନିଶମ କର୍ମଚାରୀ, ଆଜି ସକାଳେ ନୂଆପଡ଼ା ଗାଁର ୨ ଯୁବକ ଟାପୁରେ ଫସିଥିବା ଫୋନ୍‌ ଆସିଥିଲା। ଏହାପରେ ତୁରନ୍ତ ବୋଟ ଯୋଗେ ଉକ୍ତ ସ୍ଥାନକୁ ଯାଇ ସେମାନଙ୍କୁ ଉଦ୍ଧାର କରିଛୁ।

Flood Situation Dhenkanal Rescue