Advertisment

ମହାନଦୀରେ ୨୦ ଫୁଟର ଘାଇ, ଗାଁରେ ପଶୁଛି ପାଣି

ଆଜି ଭୋର ସମୟରେ ମହାନଦୀରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଥିଲା।

author-image
Tapaswini Nayak
Paradip

Paradip

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ତେରମାଣପୁର ଗାଁ ନିକଟରେ ମହାନଦୀରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ତେରମାଣପୁର ଗାଁ ଓ କୋଟ ସାହିରେ ବସବାସ କରୁଥିବା ପ୍ରାୟ ୧୦୦୦ରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଚାଷଜମିରେ ବାଲି ମାଡ଼ି ଯାଇଛି। ଏହାସହ କିଛି ଲୋକଙ୍କ ଘରେ ପାଣି ପଶିଯାଇଛି। ଏପର୍ଯ୍ୟନ୍ତ ଲୋକଙ୍କ ପାଖରେ ପ୍ରଶାସନ ଅଧିକାରୀ ପହଞ୍ଚି ନାହାନ୍ତି।

Advertisment

ଆଜି ଭୋର ସମୟରେ ମହାନଦୀରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଥିଲା। ଘାଇ ସୃଷ୍ଟି ହେବା ଯୋଗୁ ତେରମାଣପୁର ଗାଁ ଓ କୋଟ ସାହି ସହ ଆଖପାଖ ଗାଁକୁ ବନ୍ୟା ପାଣି ପ୍ରବେଶ କରିଥିବା ଜଣାପଡ଼ିଛି। ଗତବର୍ଷ ମଧ୍ୟ ସମାନ ସ୍ଥାନରେ ଘାଇ ସୃଷ୍ଟି ହୋଇଥିଲା। ବନ୍ୟାପରେ ଏହି ଘାଇର ମରାମତି କରାଯାଇଥିଲା। ଏଥର ପୁଣି ସେହି ସ୍ଥାନରେ ଘାଇ ସୃଷ୍ଟି ହେବା ଫଳରେ ନିମ୍ନମାନର କାମ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ଉପରମୁଣ୍ଡରେ ବର୍ଷା ହେବା ଯୋଗୁ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ଗାଁର ଜଳବନ୍ଦୀ ଅବସ୍ଥାରେ ରହି ଥିବାବେଳେ ରାସ୍ତା ଉପରେ ପାଣି ଚାଲୁଛି। ଯାହାଫଳରେ ଲୋକେମାନେ ଆବଶ୍ୟକ ସାମଗ୍ରୀ ପାଇଁ ବଜାର ହାଟକୁ ଯାଇପାରୁ ନାହାନ୍ତି। ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

Advertisment
Flood Situation Jagatsinghpur Mahanadi River