Advertisment

ଅନୁଗୋଳ ପାଲଟିଲା ରାଜ୍ୟର ଉତ୍ତପ୍ତ ସହର

ଆଜି ୧୨ଟି ସହର ତାତି ୪୩ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ୩୨ଟି ସହର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି।

author-image
Manoranjan Sial
undefined

heat wave

ତାତିରେ ରେକର୍ଡ କଲା ଅନୁଗୋଳ। ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ଅନୁଗୋଳ। ଆଜି ଏଠାରେ ତାପମାତ୍ରା ସର୍ବାଧିକ ୪୪.୬ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ୧୨ଟି ସହର ତାତି ୪୩ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ୩୨ଟି ସହର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଅନୁଗୋଳରେ ୪୪.୬ ଡିଗ୍ରୀ, ବୌଦ୍ଧରେ ୪୪.୫ ଡିଗ୍ରୀ, ନୂଆପଡ଼ାରେ ୪୪ ଡିଗ୍ରୀ, ବଲାଙ୍ଗିରରେ ୪୪ ଡିଗ୍ରୀ, ବାରିପଦାରେ ୪୩.୮ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୬ ଡିଗ୍ରୀ, ଯାଜପୁରରେ ୪୩.୬ ଡିଗ୍ରୀ, ସମ୍ୱଲପୁରରେ ୪୩.୬ ଡିଗ୍ରୀ, ହୀରାକୁଦରେ ୪୩.୬ ଡିଗ୍ରୀ, ଝାରସୁଗୁଡ଼ାରେ ୪୩.୫ ଡିଗ୍ରୀ, ତାଳଚେରରେ ୪୩.୫ ଡିଗ୍ରୀ, ଢେଙ୍କାନାଳରେ ୪୩.୧ ଡିଗ୍ରୀ, ନୟାଗଡ଼ରେ ୪୨.୮ ଡିଗ୍ରୀ, ଭବାନୀପାଟଣାରେ ୪୨.୬ ଡିଗ୍ରୀ, ମାଲକାନଗିରିରେ ୪୨.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୩ ଡିଗ୍ରୀ, ରାଉକେଲାରେ ୪୨.୩ ଡିଗ୍ରୀ, ସୋନପୁରରେ ୪୨.୩ ଡିଗ୍ରୀ, ଖୋର୍ଦ୍ଧାରେ ୪୨ ଡିଗ୍ରୀ ଓ ପାରଳାଖେମୁଣ୍ଡିରେ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି।

କେନ୍ଦୁଝରରେ ୪୧.୮ ଡିଗ୍ରୀ, ଚାନ୍ଦବାଲିରେ ୪୧.୭ ଡିଗ୍ରୀ,ଭଦ୍ରକରେ ୪୧.୫ ଡିଗ୍ରୀ, ବରଗଡ଼ରେ ୪୧.୪ ଡିଗ୍ରୀ, ଫୁଲବାଣୀରେ ୪୧.୨ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୪୧ ଡିଗ୍ରୀ, ରାୟଗଡ଼ାରେ ୪୧ ଡିଗ୍ରୀ, କଟକରେ ୪୦.୮ ଡିଗ୍ରୀ, ଭୁବନେଶ୍ୱରରେ ୪୦.୫ ଡିଗ୍ରୀ, ଛତ୍ରପୁରରେ ୪୦.୫ ଡିଗ୍ରୀ, ନବରଙ୍ଗପୁରରେ ୪୦.୨ ଡିଗ୍ରୀ, ଦେବଗଡ଼ରେ ୪୦ ଡିଗ୍ରୀ, ବାଲେଶ୍ୱରରେ ୩୯.୧ ଡିଗ୍ରୀ, ଜଗତସିଂହପୁରରେ ୩୯ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୭.୫ ଡିଗ୍ରୀ, କୋରାପୁଟରେ ୩୭.୪ ଡିଗ୍ରୀ, ପୁରୀରେ ୩୪.୪ ଡିଗ୍ରୀ, ପାରାଦୀପରେ ୩୩.୯ ଡିଗ୍ରୀ ଓ ଗୋପାଳପୁରରେ ତାପମାତ୍ରା ୩୩.୬ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment
Heat Wave Heat Wave In Odisha Weather Report