Advertisment

ତାତିରେ ରେକର୍ଡ କଲା ଅନୁଗୋଳ; ତା’ ତଳକୁ ଅଛି ରାଜଧାନୀ ଭୁବନେଶ୍ୱର

ଅନୁଗୋଳରେ ସର୍ବାଧିକ ତାପମାତ୍ରା ୪୪.୭ ଡ଼ିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୪୪.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି।

undefined

Heat Wave

Advertisment

ତାତିରେ ରେକର୍ଡ କଲା ଶିଳ୍ପ ନଗରୀ ଅନୁଗୋଳ। ତା’ ତଳକୁ ଅଛି ରାଜଧାନୀ ଭୁବନେଶ୍ୱର। ଆଜି ଅନୁଗୋଳରେ ସର୍ବାଧିକ ତାପମାତ୍ରା ୪୪.୭ ଡ଼ିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୪୪.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୩୩ ସହରରେ ତାପମାତ୍ରା ୪୦ଡ଼ିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବାରିପଦାରେ ୪୪.୨ ଡିଗ୍ରୀ, ବୌଦ୍ଧରେ ୪୩.୭ ଡିଗ୍ରୀ, ଢେଙ୍କାନାଳରେ ୪୩.୭ ଡିଗ୍ରୀ, ଭବାନୀପାଟଣାରେ ୪୩.୭ ଡିଗ୍ରୀ, ନୂଆପଡ଼ାରେ ୪୩.୬ ଡିଗ୍ରୀ, ଝାରସୁଗୁଡ଼ାରେ ୪୩.୬ ଡିଗ୍ରୀ, ବଲାଙ୍ଗିରରେ ୪୩.୫ ଡିଗ୍ରୀ, ଯାଜପୁରରେ ୪୩.୫ ଡିଗ୍ରୀ, ତାଳଚେରରେ ୪୩.୫ ଡିଗ୍ରୀ, ନୟାଗଡ଼ରେ ୪୩.୫ ଡିଗ୍ରୀ, କଟକରେ ୪୩.୪ ଡିଗ୍ରୀ, ଟିଟିଲାଗଡ଼ରେ ୪୩ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୮ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୨.୮ ଡିଗ୍ରୀ, ମାଲକାନଗିରିରେ ୪୨.୭ ଡିଗ୍ରୀ, ରାଉରକେଲାରେ ୪୨.୭ ଡିଗ୍ରୀ, ଜଗତସିଂହପୁରରେ ୪୨.୫ ଡିଗ୍ରୀ ଓ ଚାନ୍ଦବାଲିରେ ତାପମାତ୍ରା ୪୨.୪ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ସମ୍ୱଲପୁରରେ ୪୨.୨ ଡିଗ୍ରୀ, ଭଦ୍ରକରେ ୪୨.୨ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୪୨.୨ ଡିଗ୍ରୀ, ହୀରାକୁଦରେ ୪୨.୧ ଡିଗ୍ରୀ, ସୋନପୁରରେ ୪୧.୮ ଡିଗ୍ରୀ, ବାଲେଶ୍ୱରରେ ୪୧.୭ ଡିଗ୍ରୀ,କେନ୍ଦୁଝରରେ ୪୧.୫ ଡିଗ୍ରୀ, ରାୟଗଡ଼ାରେ ୪୧.୪ ଡିଗ୍ରୀ, ଫୁଲବାଣୀରେ ୪୦.୮ ଡିଗ୍ରୀ, ଖୋର୍ଦ୍ଧାରେ ୪୦.୫ ଡିଗ୍ରୀ, ବରଗଡ଼ରେ ୪୦.୫ ଡିଗ୍ରୀ, ଛତ୍ରପୁରରେ ୪୦ ଡିଗ୍ରୀ, ଦେବଗଡ଼ରେ ୪୦ ଡିଗ୍ରୀ, ନବରଙ୍ଗପୁରରେ ୩୯ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୮ ଡିଗ୍ରୀ, କୋରାପୁଟରେ ୩୭.୮ ଡିଗ୍ରୀ, ଗୋପାଳପୁରରେ ୩୫.୪ ଡିଗ୍ରୀ, ପୁରୀରେ ୩୪.୭ ଡିଗ୍ରୀ ଓ ପାରାଦୀପରେ ତାପମାତ୍ରା ୩୩.୬ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

Heat Wave Heat Wave In Odisha Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe