Advertisment

୨୫ରେ ଆସୁଛି ଆଉ ଏକ ଲଘୁଚାପ, ୨୩ରୁ ବଢ଼ିବ ବର୍ଷା

ସେପଟେ ଗୁରୁବାର ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର-ଓଡ଼ିଶା ତତ-ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି।

author-image
Manoranjan Sial
Rain

Rain

୨୫ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ୨୩ ତାରିଖ ପରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

Advertisment

ସେପଟେ ଗୁରୁବାର ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର-ଓଡ଼ିଶା ତତ-ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି। ଏହା ଆଗାମୀ ୨ ରୁ ୩ ଦିନ ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡ଼ିଶା-ଉତ୍ତର ଛତିଶଗଡ ମୁହାଁ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ୨ଦିନ ଧରି ବର୍ଷା ହେବାର ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆସନ୍ତାକାଲି ପାଇଁ ୧୩ ଜିଲ୍ଲାକୁ ଅରେଞ୍ଜ ଓ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରିଛି। ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଦ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର , ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା ଓ ବରଗଡ଼। ଏସବୁ ଜିଲ୍ଲାରେ ୭ରୁ ୨୦ ସେଣ୍ଟିମିଟର ଯାଏଁ ବର୍ଷା ନେଇ ଅନୁମାନ କରାଯାଇଛି।

Advertisment

ଗତ ୨୪ ଘଣ୍ଟା ଭିତରେ କେନ୍ଦୁଝର ଜିଲ୍ଲା ତେଲକୋଇରେ ସର୍ବାଧିକ ୧୮୨.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ କଟକ ଜିଲ୍ଲା ବାଙ୍କୀରେ ୧୮୨, ଗୁଡ଼ଭେଲାରେ ୧୩୯.୮ ମିଲିମିଟର ବର୍ଷା ହୋଇଛି। ଏଣେ ୬୩.୮ ମିଲିମିଟର ବର୍ଷାରେ ରାଜଧାନୀ ଭୁବନେଶ୍ୱର ଓ ୮୮ ମିମି ବର୍ଷାରେ ବେହାଲ ହୋଇଛି ଜଟଣୀ ସହର। ସେପଟେ ବୌଦ୍ଦରେ ପ୍ରବଳ ବର୍ଷା ହୋଇଛି। ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ସବୁଠି ଜୀବନଯାତ୍ରା ବେହାଲ ହୋଇଛି। ଏଣେ କନ୍ଧମାଳରେ ସାରା ରାତି ବର୍ଷା ପରେ ଜିଲ୍ଲାର ସବୁ ଛୋଟ ବଡ଼ ନଦୀ ଫୁଲିବାରେ ଲାଗିଛି। ସାଲୁଙ୍କି ନଦୀ ବଢୁଥିବାରୁ ଫୁଲବାଣୀ ସହରର ନଦୀଖଣ୍ଡି ସାହିରୁ ଡାକପାଲାକୁ ସଂଯୋଗ କରୁଥିବା ପୋଲ ଉପରେ ପାଣି ଚାଲୁଛି।

Heavy Rain Weather Report