ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ। ଏହି ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
କେନ୍ଦ୍ର ପକ୍ଷରୁ ଏହାର ‘X’ ଏକାଉଣ୍ଟରେ ଆଜି ଲେଖାଯାଇଛି ଯେ ଦକ୍ଷିଣପୂର୍ବ ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ୧୫ ନଭେମ୍ବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
୧୫ ରେ #ଲଘୁଚାପ ସମ୍ଭାବନା !! pic.twitter.com/a2xTkizTif
— Meteorological Centre, Bhubaneswar (@mcbbsr) November 10, 2023
ଅନ୍ୟପକ୍ଷରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟର ସବୁ ସ୍ଥାନ ଶୁଖିଲା ଥିଲା। ସେହିଭଳି ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଉଥିବା ବେଳେ ଗତକାଲି ରାତିରେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ରହିଥିଲା। କୋରାପୁଟର ସେମିଳିଗୁଡ଼ାରେ ୧୧.୧ ଡିଗ୍ରୀ, କୋରାପୁଟରେ ୧୧.୬, କେନ୍ଦୁଝରରେ ୧୨.୮, ଫୁଲବାଣୀରେ ୧୩, ଦାରିଙ୍ଗବାଡ଼ିରେ ୧୩, କିରେଇରେ ୧୩.୭, ଭବାନୀପାଟଣାରେ ୧୫ ଓ ନବଗରଙ୍ଗପୁରରେ ୧୫ ଡିଗ୍ରୀ ରେକର୍ଡ କରାଯାଇଥିଲା।
#କନ୍ଧମାଳ ଜିଲ୍ଲା ର ଜି.ଉଦୟଗିରି ରେ ରାତ୍ରି ତାପମାତ୍ରା ୧୦.୫ ଡ଼ିଗ୍ରୀ ରେକର୍ଡ #ସେମିଳିଗୁଡା: ୧୧.୧ °C #କୋରାପୁଟ: ୧୧.୬ °C#କେନ୍ଦୁଝର: ୧୨.୮ °C #ଫୁଲବାଣୀ:୧୩°C#ଦାରିଙ୍ଗବାଡି: ୧୩°C #କିରେଇ: ୧୩.୭°C #ଭବାନୀପାଟଣା:୧୫°C #ନବରଙ୍ଗପୁର: ୧୫°C
— Meteorological Centre, Bhubaneswar (@mcbbsr) November 10, 2023
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।