Advertisment

ଆସନ୍ତା ସପ୍ତାହରେ ଲଘୁଚାପ!

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କରାଯାଇଛି ଆକଳନ।

Rain

Rain

Advertisment

ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ। ଏହି ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

Advertisment

କେନ୍ଦ୍ର ପକ୍ଷରୁ ଏହାର ‘X’ ଏକାଉଣ୍ଟରେ ଆଜି ଲେଖାଯାଇଛି ଯେ ଦକ୍ଷିଣପୂର୍ବ ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ୧୫ ନଭେମ୍ବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

Advertisment

ଅନ୍ୟପକ୍ଷରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟର ସବୁ ସ୍ଥାନ ଶୁଖିଲା ଥିଲା। ସେହିଭଳି ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଉଥିବା ବେଳେ ଗତକାଲି ରାତିରେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ରହିଥିଲା। କୋରାପୁଟର ସେମିଳିଗୁଡ଼ାରେ ୧୧.୧ ଡିଗ୍ରୀ, କୋରାପୁଟରେ ୧୧.୬, କେନ୍ଦୁଝରରେ ୧୨.୮, ଫୁଲବାଣୀରେ ୧୩, ଦାରିଙ୍ଗବାଡ଼ିରେ ୧୩, କିରେଇରେ ୧୩.୭, ଭବାନୀପାଟଣାରେ ୧୫ ଓ ନବଗରଙ୍ଗପୁରରେ ୧୫ ଡିଗ୍ରୀ ରେକର୍ଡ କରାଯାଇଥିଲା।

Weather News Low Pressure Weather Report Weather Update
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe