Advertisment

ଆଗାମୀ ୨୪ ଘଣ୍ଟାରେ ଆଉ ଏକ ଲଘୁଚାପ ! ମାଲକାନଗିରି, ଗଜପତି ସ୍ଥିତି ବେହାଲ୍‌

ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇଛି ମାଲକାନଗିରି ଓ ଗଜପତି ଜିଲ୍ଲା। ଗତ ୨୪ ଘଣ୍ଟାରେ ଚିତ୍ରକୋଣ୍ଡାରେ ସର୍ବାଧିକ ୧୯୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କୋରୁକୁଣ୍ଡାରେ ୧୮୫ ଓ ମାଲକାନଗିରିରେ ୧୮୩ ମିମି ବର୍ଷା ହୋଇଛି।

ଅଦ୍ୟତନ ହୋଇଛି
Rain

Rain

Advertisment

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବିକ୍ଷିପ୍ତ ବର୍ଷା ହେବ। ଏଥିସହ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Advertisment

ସେପଟେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇଛି ମାଲକାନଗିରି ଓ ଗଜପତି ଜିଲ୍ଲା। ଗତ ୨୪ ଘଣ୍ଟାରେ ଚିତ୍ରକୋଣ୍ଡାରେ ସର୍ବାଧିକ ୧୯୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କୋରୁକୁଣ୍ଡାରେ ୧୮୫ ଓ ମାଲକାନଗିରିରେ ୧୮୩ ମିମି ବର୍ଷା ହୋଇଛି। ବର୍ଷା ଯୋଗୁ ଚିତ୍ରକୋଣ୍ଡାଠାରୁ ସ୍ୱାଭିମାନ ଅଞ୍ଚଳ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଅଣ୍ଡ୍ରାପାଲି ପଞ୍ଚାୟତର ଗୋରା ସେତୁ ଉପରେ ଚାରି ଫୁଟର ପାଣି ଚାଲୁ ଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଛି। ରାସ୍ତାର ଦୁଇ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିବା ବେଳେ ଅଣ୍ଡ୍ରାପାଲି, ପଣସପୁଟ, ଯନ୍ତ୍ରୀ ଆଦି ପଞ୍ଚାୟତର ବହୁ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି।

ପୋଟେରୁ ସ୍ଥିତ କାଙ୍କରକୋଣ୍ଡା ପୋଲ ଉପରେ ପାଣି ଚାଲୁଥିବାରୁ ଆନ୍ଧ୍ର ଓ ତେଲେଙ୍ଗାନାକୁ ଯୋଗାଯୋଗ ପୂରା ବନ୍ଦ ରହିଛି। ମୋଟୁ କନ୍ୟାଶ୍ରମ ପୋଲ ବୁଡ଼ି ଯାଇଥିବାରୁ କାଲିମେଳାରୁ ପଡ଼ିଆ ଓ ଏମଭି-୩୭ ପୋଲ ବୁଡ଼ିଥିବାରୁ ମାଲକାନଗିରି-କାଲିମେଳା ପରସ୍ପରଠାରୁ ବିଚ୍ଛିନ୍ନ ହୋଇଛନ୍ତି। ସବୁଠି ଶହ ଶହ ଗାଡ଼ି ମୋଟର ଅଟକି ଥିବାରୁ ଯାତ୍ରୀମାନେ ନାହିଁନଥିବା ହିନସ୍ତା ହେଉଛନ୍ତି। ଏବେଠୁ ବର୍ଷା ନଛାଡ଼ିଲେ ଆଗକୁ ଜିଲ୍ଲାରେ ବନ୍ୟାସ୍ଥିତି ସଂଗୀନ ହେବା ଆଶଙ୍କା କରି ପ୍ରଶାସନ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛି। ପ୍ରଶାସନିକ ଅଧିକାରୀମାନେ ଜଳବନ୍ଦୀ ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥିତି ଉପରେ ନଜର ରଖିଛନ୍ତି।

Advertisment

ସମାନ ସ୍ଥିତି ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି। ପାରଳାଖେମୁଣ୍ଡି ନିକଟ ଡାଳିମ୍ବପୁର ବ୍ରିଜରେ ବର୍ଷା ପାଣି ପ୍ରବାହିତ ହେଉଛି। ଯେଉଁଥିପାଇଁ ଓଡ଼ିଶା-ଆନ୍ଧ୍ର ସୀମାକୁ ସଂଯୋଗ କରୁଥିବା ପୋଲଟି ଲଗାଣ ବର୍ଷାରେ ଧୋଇ ଯାଇଛି। ଫଳରେ କେରାଣ୍ଡି ପଞ୍ଚାୟତରୁ ମାତ୍ର ୫ କିଲୋମିଟର ଦୂର ପାରଳାଖେମୁଣ୍ଡି ଯିବାକୁ ହେଲେ ଅମରା, ରାଟିଣା ଓ ଡାଳିମ୍ବପୁର ଗାଁ ଲୋକଙ୍କୁ ୧୫ କିଲୋମିଟର ବୁଲିବାକୁ ପଡୁଛି। ଏଠାରେ ଏକ ସ୍ଥାୟୀ ପୋଲ ପାଇଁ କାମ ଚାଲିଛି ଯେ, କେବେ ସରିବ କାହା ପାଖେ ଖବର ନାହିଁ। ଜିଲ୍ଲାପାଳ ନିଜେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ପୋଲ କାମ ଶୀଘ୍ର ସାରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ।

Heavy Rain Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe