Advertisment

ମାର୍ଚ୍ଚ ଆରମ୍ଭରୁ ତାତିରେ ଫୁଟିଲାଣି ଓଡ଼ିଶା

ପାଣିପାଗ ବିଭାଗ କହିଛି, ଆଗାମୀ ଦୁଇଦିନ ଭିତରେ ତାପମାତ୍ରାରେ ଆହୁରି ୨ରୁ ୪ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି। ତେବେ ପଶ୍ଚିମା ଝଡ଼ ପ୍ରଭାବରେ ଆଭ୍ୟନ୍ତରୀଣ ଓ ଉପକୂଳରେ ୧୬-୧୭ ତାରିଖ ବେଳକୁ ବର୍ଷା ସମ୍ଭାବନା ରହିଛି।

author-image
Manoranjan Sial
undefined

Heat Wave

ମାର୍ଚ୍ଚ ଆରମ୍ଭରୁ ତାତିରେ ଫୁଟିଲାଣି ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ ସବୁଠି ଉପରମୁହାଁ ପାରଦ। ବଲାଙ୍ଗିରରେ ତାତି ୩୮ ଡିଗ୍ରୀ ଡେଇଁଲାଣି। ପ୍ରବଳ ଗରମରେ ଲୋକେ ଆଉଟୁପାଉଟୁ ହେଉଛନ୍ତି। ଟିଟିଲାଗଡରେ ମଧ୍ୟ ଅସହ୍ୟ କଲାଣି ତାତି। ୧୨ ଟା ପରେ ଘରୁ ବାହାରିବାକୁ ଡର ମାଡିଲାଣି। ତାପମାତ୍ରା ବୃଦ୍ଧି ଯୋଗୁ ସକାଳୁଆ ସ୍କୁଲ କରିବାକୁ ଏବେଠୁ ଦାବି ହେଲାଣି।

Advertisment

ସେପଟେ ପାଣିପାଗ ବିଭାଗ କହିଛି, ଆଗାମୀ ଦୁଇଦିନ ଭିତରେ ତାପମାତ୍ରାରେ ଆହୁରି ୨ରୁ ୪ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି। ତେବେ ପଶ୍ଚିମା ଝଡ଼ ପ୍ରଭାବରେ ଆଭ୍ୟନ୍ତରୀଣ ଓ ଉପକୂଳରେ ୧୬-୧୭ ତାରିଖ ବେଳକୁ ବର୍ଷା ସମ୍ଭାବନା ରହିଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

Weather Report