Advertisment

ଆଜି ପରି ଗୁରୁବାର ହେବ ଭୟଙ୍କର ଗ୍ରୀଷ୍ମ ପ୍ରବାହ; ତାପମାତ୍ରା ୪୬ ଛୁଇଁବ!

ତାପମାତ୍ରା ୪୫ ଅତିକ୍ରମ କରିବାର ସମ୍ଭାବନା ରହିଛି। ଦିନ ଅପେକ୍ଷା ରାତିର ଅଥୟ ହେବ। ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

author-image
Manoranjan Sial
Weather

Weather

ଆଜି ପରି ଆସନ୍ତାକାଲି ଅସମ୍ଭାଳ କରିବ ତାତି। ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ହେବ। ଏଥିସହ ଗୁଳୁଗୁଳି ମଧ୍ୟ ହେବ। ତାପମାତ୍ରା ୪୫ ଅତିକ୍ରମ କରିବାର ସମ୍ଭାବନା ରହିଛି। ଦିନ ଅପେକ୍ଷା ରାତିର ଅଥୟ ହେବ। ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆସନ୍ତାକାଲି ବଲାଙ୍ଗିର, ସୋନପୁର, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ୱଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ କେତେକ ସ୍ଥାନରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି। ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ନୂଆପଡ଼ା, ବରଗଡ଼, କଳାହାଣ୍ଡି, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ଅନୁଗୋଳ ଜିଲ୍ଲାରେ କେତେକ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ,କେନ୍ଦ୍ରାପଡ଼ା, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଗରମ ସାଙ୍ଗକୁ ଗୁଳୁଗୁଳି ହେବାର ସମ୍ଭାବନା ରହିଛି। ଦିନ ପରି ରାତିର ଅବସ୍ଥା ମଧ୍ୟ ବେହାଲ୍‌ ହେବ। ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ସୋନପୁର,ବରଗଡ଼, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ରାତିର ତାପମାତ୍ରା ଅଥୟ କରିବ।

ଆସନ୍ତରକାଲି ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିପାରେ। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ବୌଦ୍ଧ, ଟିଟିଲାଗଡ଼, ସମ୍ୱଲପୁର, ସୋନପୁର, ଭବାନୀପାଟଣା ଓ ଝାରସୁଗୁଡ଼ାରେ ତାପମାତ୍ରା ୪୬ ଡିଗ୍ରୀ ଅତିକ୍ରମ କରିପାରେ। ସେହିପରି ରାଉରକେଲା, ବଲାଙ୍ଗିର, ନୂଆପଡ଼ା ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ ହୋଇପାରେ। ଏହାଛଡ଼ା ବରଗଡ଼ରେ ତାପମାତ୍ରା ୪୪ ଡିଗ୍ରୀ, ମାଲକାନଗିରିରେ ୪୩ ଡିଗ୍ରୀ, କୋରାପୁଟରେ ୩୫ ଡିଗ୍ରୀ, ନବରଙ୍ଗପୁରରେ ୩୯ ଡିଗ୍ରୀ, ରାୟଗଡ଼ାରେ ୪୦ ଡିଗ୍ରୀ,ପାରଳାଖେମୁଣ୍ଡିରେ ୪୩, ଫୁଲବାଣୀରେ ୪୪ ଡିଗ୍ରୀ, ଗୋପାଳପୁରରେ ୩୪ ଡିଗ୍ରୀ, ଅନୁଗୋଳରେ ୪୩ ଡିଗ୍ରୀ, ଛତ୍ରପୁରରେ ୩୯ ଡିଗ୍ରୀ, ଖୋର୍ଦ୍ଧାରେ ୪୦ ଡିଗ୍ରୀ, ପୁରୀରେ ୩୫ ଡିଗ୍ରୀ, କଟକରେ ୩୫ ଡିଗ୍ରୀ, କେନ୍ଦ୍ରପଡ଼ାରେ ୩୮ ଡିଗ୍ରୀ, ଜଗତସିଂହପୁରରେ ୩୭ ଡିଗ୍ରୀ,ଚାନ୍ଦବାଲିରେ ୩୮ ଡିଗ୍ରୀ, ଯାଜପୁରରେ ୪୦ ଡିଗ୍ରୀ, ଭଦ୍ରକରେ ୩୯ ଡିଗ୍ରୀ, ବାରିପଦାରେ ୩୯ ଡିଗ୍ରୀ ରେକର୍ଡ଼ ହୋଇପାରେ ବୋଲି ଆକଳନ କରାଯାଇଛି।

Advertisment

ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ୱଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେପଟେ ଆଜି ରାଜ୍ୟରେ ରେକର୍ଡ ହୋଇଛି ତାପମାତ୍ରା। 46.3°C ସହ ବଲାଙ୍ଗିର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ୧୦ଟି ସହରରେ ଦିନ ତାପମାତ୍ରା ୪୪ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ସୋନପୁର, ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡା, ବରଗଡ ଓ କନ୍ଧମାଳ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି।

Heat Wave Heat Wave In Odisha Weather Report