Advertisment

ଉପକୂଳରେ କାଳବୈଶାଖୀ, ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି

ବଲାଙ୍ଗିର ପାଲଟିଛି ଉତ୍ତପ୍ତ ସହର। ଏଠାରେ ଆଜି ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ କରାଯାଇଛି। ୧୯ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି।

author-image
Manoranjan Sial
BBSR

BBSR

ଉପକୂଳ ଓଡ଼ିଶାରେ କାଳବୈଶାଖୀର କୋପ ଦେଖିବାକୁ ମିଳିଛି। ବର୍ଷାରେ ଭିଜିଛି ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶା। ହେଲେ ତାତିରେ ଥରହର ହୋଇଛି ପଶ୍ଚିମ ଓଡ଼ିଶା। ବଲାଙ୍ଗିର ପାଲଟିଛି ଉତ୍ତପ୍ତ ସହର। ଏଠାରେ ଆଜି ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ କରାଯାଇଛି। ୧୯ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍‌ ଅନୁସାରେ ଟିଟିଲାଗଡ଼ରେ ୪୪ ଡିଗ୍ରୀ, ବୌଦ୍ଧରେ ୪୩.୫ ଡିଗ୍ରୀ, ଝାରସୁଗୁଡ଼ାରେ ୪୩.୪ ଡିଗ୍ରୀ, ସମ୍ୱଲପୁରରେ ୪୩.୪ ଡିଗ୍ରୀ, ଭବାନୀପାଟଣାରେ ୪୩ ଡିଗ୍ରୀ, ବରଗଡ଼ରେ ୪୩ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୯ ଡିଗ୍ରୀ, ରାଉରକେଲାରେ ୪୨.୬ ଡିଗ୍ରୀ, ମାଲକାନଗିରିରେ ୪୨.୫ ଡିଗ୍ରୀ, ସୋନପୁରରେ ୪୨.୩ ଡିଗ୍ରୀ, ଅନୁଗୋଳରେ ୪୨.୧ ଡିଗ୍ରୀ, ହୀରାକୁଦରେ ୪୨ ଡିଗ୍ରୀ, ତାଳଚେରରେ ୪୧.୬ ଡିଗ୍ରୀ, ନବରଙ୍ଗପୁରରେ ୪୧ ଡିଗ୍ରୀ, ଫୁଲବାଣୀରେ ୪୦.୯ ଡିଗ୍ରୀ, ଢେଙ୍କାନାଳରେ ୪୦.୫ ଡିଗ୍ରୀ, ଯାଜପୁରରେ ୪୦.୪ ଡିଗ୍ରୀ, କେନ୍ଦୁଝରରେ ୪୦ ଡିଗ୍ରୀ ଓ ଭୁବନେଶ୍ୱରରେ ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ଦେବଗଡ଼ରେ ୩୯.୮ ଡିଗ୍ରୀ,ପାରଳାଖେମୁଣ୍ଡିରେ ୩୯.୫ ଡିଗ୍ରୀ,ବାରିପଦାରେ ୩୯.୨ ଡିଗ୍ରୀ, ଚାନ୍ଦବାଲିରେ ୩୯.୨ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୩୮.୮ ଡିଗ୍ରୀ, ରାୟଗଡ଼ାରେ ୩୮.୬ ଡିଗ୍ରୀ,ନୟାଗଡ଼ରେ ୩୮.୫ ଡିଗ୍ରୀ, ଭଦ୍ରକରେ ୩୮.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୮.୫ ଡିଗ୍ରୀ, କଟକରେ ୩୭.୨ ଡିଗ୍ରୀ, କୋରାପୁଟରେ ୩୭.୨ ଡିଗ୍ରୀ, ଛତ୍ରପୁରରେ ୩୭ ଡିଗ୍ରୀ, ଜଗତସିଂହପୁରରେ ୩୬ ଡିଗ୍ରୀ, ପୁରୀରୁ ୩୩.୭ ଡିଗ୍ରୀ, ଗୋପାଳପୁରରେ ୩୩.୬ ଡିଗ୍ରୀ ଓ ପାରାଦୀପରେ ତାପମାତ୍ରା ୩୩.୩ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment
Heat Wave Heat Wave In Odisha