Advertisment

ବାରିପଦା ଉତ୍ତପ୍ତ, ତା’ ତଳକୁ ଅଛି ବାଲେଶ୍ୱର

ଆଜି ରାଜ୍ୟର ୧୫ଟି ସହରରେ ତାପମାତ୍ରା ୪୪ ଡ଼ିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

author-image
Manoranjan Sial
undefined

Heat Wave

ଆକାଶରୁ ନିଆଁ ବର୍ଷା ହେଉଛି। ଯେଉଁଥିପାଇଁ ଅସ୍ତବ୍ୟସ୍ଥ ହୋଇଛି ଜୀବନ ଯାତ୍ରା। ଆଜି ବାରିପଦା ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୬.୪ ଡିଗ୍ରୀ ରେକର୍ଡ କରାଯାଇଛି। ତା’ ତଳକୁ ଅଛି ବାଲେଶ୍ୱର। ଏଠାରେ ତାପମାତ୍ରା ୪୬ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ରାଜ୍ୟର ୧୫ଟି ସହରରେ ତାପମାତ୍ରା ୪୪ ଡ଼ିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବାରିପଦାରେ ୪୬.୪ ଡିଗ୍ରୀ, ବାଲେଶ୍ୱରରେ ୪୬ ଡିଗ୍ରୀ, ଭୁବନେଶ୍ୱରରେ ୪୫.୪ ଡିଗ୍ରୀ, ଅନୁଗୋଳରେ ୪୪.୭ ଡିଗ୍ରୀ, ତାଳଚେରରେ ୪୪.୫ ଡିଗ୍ରୀ, ଢେଙ୍କାନାଳରେ ୪୪.୫ ଡିଗ୍ରୀ, ଯାଜପୁରରେ ୪୪.୫ ଡିଗ୍ରୀ, ବୌଦ୍ଧରେ ୪୪.୩ ଡିଗ୍ରୀ, ଝାରସୁଗୁଡ଼ାରେ ୪୪.୨ ଡିଗ୍ରୀ, କଟକରେ ୪୪.୨ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୪୪.୨ ଡିଗ୍ରୀ, ଟିଟିଲାଗଡ଼ରେ ୪୪, ନୟାଗଡ଼ରେ ୪୪ ଡିଗ୍ରୀ, ନୂଆପଡ଼ାରେ ୪୪ ଡିଗ୍ରୀ, ଭଦ୍ରକରେ ୪୪ ଡିଗ୍ରୀ, ଭଦ୍ରକରେ ୪୪ ଡିଗ୍ରୀ, ବଲାଙ୍ଗିରରେ ୪୩.୭ ଡିଗ୍ରୀ, ଚାନ୍ଦବାଲିରେ ୪୩.୬ ଡିଗ୍ରୀ, ସମ୍ୱଲପୁରରେ ୪୩.୪ ଡିଗ୍ରୀ, ଭବାନୀପାଟଣାରେ ୪୩.୨ ଡିଗ୍ରୀ ଓ ମାଲକାନଗିରିରେ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ରାଉରକେଲାରେ ୪୩.୨ ଡିଗ୍ରୀ, ସୋନପୁରରେ ୪୩.୧ ଡିଗ୍ରୀ, କେନ୍ଦୁଝରରେ ୪୩ ଡିଗ୍ରୀ, ଖୋର୍ଦ୍ଧାରେ ୪୩ ଡିଗ୍ରୀ, ହୀରାକୁଦରେ ୪୨.୯ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୯ ଡିଗ୍ରୀ, ବରଗଡ଼ରେ ୪୨.୨ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୨.୧ ଡିଗ୍ରୀ, ଜଗତସିଂହପୁରରେ ୪୨ ଡିଗ୍ରୀ, ଫୁଲବାଣୀରେ ୪୧.୫ ଡିଗ୍ରୀ, ରାୟଗଡ଼ାରେ ୪୦.୨ ଡିଗ୍ରୀ, ନବରଙ୍ଗପୁରରେ ୪୦ ଡିଗ୍ରୀ, ଦେବଗଡ଼ରେ ୩୯.୫ ଡିଗ୍ରୀ,କୋରାପୁଟରେ ୩୮.୨ ଡିଗ୍ରୀ,ପୁରୀରେ ୩୫.୧ ଡିଗ୍ରୀ,ଗୋପାଳପୁରରେ ୩୩.୬ ଡିଗ୍ରୀ ଓ ପାରାଦୀପରେ ତାପମାତ୍ରା ୩୩.୬ ଡିଗ୍ରୀ କର୍ଡ କରାଯାଇଛି।

Advertisment
Balasore Heat Wave Heat Wave In Odisha Baripada