Advertisment

ତାତିରେ ରେକର୍ଡ; ବାରିପଦା ଦେଶର ପ୍ରଥମ, ଏସିଆ ମହାଦେଶରେ ତୃତୀୟ

ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଥିବା ବୁଲେଟିନ୍‌ ଅନୁସାରେ ଏସିଆ ମହାଦେଶର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ସମାନ୍‌ର ଯୋବା ସହର। ଏଠାରେ ତାପମାତ୍ରା ୫୦.୪ ଡିଗ୍ରୀ ରେକର୍ଡ କରାଯାଇଛି।

author-image
Manoranjan Sial
undefined

Heat Wave

ତାତିରେ ରେକର୍ଡ କଲା ଓଡ଼ିଶା। ଦେଶର ପ୍ରଥମ ଓ ଏସିଆ ମହାଦେଶରେ ତୃତୀୟ ଉତ୍ତପ୍ତ ସହର ପାଲଟିଛି ଓଡ଼ିଶାର ବାରିପଦା ଓ ବୌଦ୍ଧ। ଏହି ଦୁଇ ସହରର ତାପମାତ୍ରା ୪୫.୨ ଡିଗ୍ରୀ ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ Xରେ ସୂଚନା ଦିଆଯାଇଛି।

Advertisment

ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଥିବା ବୁଲେଟିନ୍‌ ଅନୁସାରେ ଏସିଆ ମହାଦେଶର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ସମାନ୍‌ର ଯୋବା ସହର। ଏଠାରେ ତାପମାତ୍ରା ୫୦.୪ ଡିଗ୍ରୀ ରେକର୍ଡ କରାଯାଇଛି। ତା’ତଳକୁ ରହିଛି ମିଆଁମାରର ଚୌକ୍‌। ଏଠାରେ ତାପମାତ୍ରା ୪୬.୬ ଡିଗ୍ରୀ ରେକର୍ଡ କରାଯାଇଛି। ପଞ୍ଚମ ସ୍ଥାନରେ ରାଜସ୍ଥାନର ବାଙ୍କୁରା। ଏଠାରେ ତାପମାତ୍ରା ୪୪.୬ ଡିଗ୍ରୀ ରେକର୍ଡ କରାଯାଇଛି। ଷଷ୍ଠ ସ୍ଥାନରେ ରହିଛି ଝାଡ଼ଖଣ୍ଡର ଜାମସେଦପୁର। ଏଠାରେ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ କରାଯାଇଛି। ସପ୍ତମରେ ରହିଛି ମିଆଁମାର ମନ୍‌ୱା। ଏଠାରେ ୪୪.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ତେଲଙ୍ଗାନାର ନାଣ୍ଡିଆଲ୍‌ରେ ୪୪.୩ ଡିଗ୍ରୀ, ଉତ୍ତରପ୍ରଦେଶର ବାରାଣସୀ ଓ ବାବତପୁରରେ ୪୩.୭ ଏବଂ ନେପାଳର ଭାଇରାୱା ଏୟାରପୋର୍ଟରେ ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି।

ସେପଟେ ଆଜି ରାଜ୍ୟର ୧୩ଟି ସହର ତାପମାତ୍ରା ୪୩ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ବାରିପଦା ଓ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ର 45.2°C ରେକର୍ଡ ରେକର୍ଡ କରାଯାଇଛି। ୩୦ ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଛି। ବୌଦ୍ଧ, ବାରିପଦା, ନୟାଗଡ, ଯାଜପୁର, କେନ୍ଦୁଝର, ନୂଆପଡା, ଢେଙ୍କାନାଳ, ଭଦ୍ରକ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଛି।

Advertisment

Heat Wave Heat Wave In Odisha Weather Report