Advertisment

ତାତିରେ ଛଟପଟ ଓଡ଼ିଶା; ବାରିପଦାରେ ନିଆଁ ବର୍ଷା!

ବାରିପଦା ପାଲଟିଛି ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୪.୮ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ୫ଟି ସହରର ତାପମାତ୍ରା ୪୪ ଡିଗ୍ରୀ କିମ୍ୱା ତା’ଠାରୁ ଅଧିକ ରେକର୍ଡ କରାଯାଇଛି।

Weather

Weather

Advertisment

ତାତିରେ ଛଟପଟ ହେଉଛି ପୂରା ଓଡ଼ିଶା! ବାରିପଦା ପାଲଟିଛି ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୪.୮ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ୫ଟି ସହରର ତାପମାତ୍ରା ୪୪ ଡିଗ୍ରୀ କିମ୍ୱା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ସୋଶାଲ୍‌ ମଇଡ଼ିଆ X ରେ ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବାରିପଦା ତଳକୁ ଅଛି ଅନୁଗୋଳ। ଏଠାରେ ୪୪.୩ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ବୌଦ୍ଧରେ ୪୪.୧ ଡିଗ୍ରୀ, ତାଳଚେରରେ ୪୪ ଡିଗ୍ରୀ, ଭବାନୀପାଟଣାରେ ୪୪ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ, ଢେଙ୍କାନାଳରେ ୪୩.୨ ଡିଗ୍ରୀ, ନୟାଗଡ଼ରେ ୪୩ ଡିଗ୍ରୀ, ମାଲକାନଗିରିରେ ୪୩, ବଲାଙ୍ଗିରରେ ୪୩ ଡିଗ୍ରୀ, କେନ୍ଦୁଝରରେ ୪୩ ଡିଗ୍ରୀ, ନୂଆପଡ଼ାରେ ୪୩ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୯ ଡିଗ୍ରୀ, ସମ୍ୱଲପୁରରେ ୪୨.୯ ଡିଗ୍ରୀ, କଟକରେ ୪୨.୫ ଡିଗ୍ରୀ, ଯାଜପୁରରେ ୪୨.୫ ଡିଗ୍ରୀ, ରାଉରକେଲାରେ ୪୨.୪ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୪୨ ଡିଗ୍ରୀ, ଭଦ୍ରକରେ ୪୨ ଓ ସୋନପୁରରେ ତାପମାତ୍ରା ୪୧.୯ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ହୀରାକୁଦରେ ୪୧.୯ ଡିଗ୍ରୀ, ସୁନ୍ଦରଗଡ଼ରେ ୪୧.୮ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୧.୭ ଡିଗ୍ରୀ,ବାଲେଶ୍ୱରରେ ୪୧.୪ ଡିଗ୍ରୀ, ଫୁଲବାଣୀରେ ୪୧.୪ ଡିଗ୍ରୀ, ବରଗଡ଼ରେ ୪୧.୪ ଡିଗ୍ରୀ, ଭୁବନେଶ୍ୱରରେ ୪୧.୩ ଡିଗ୍ରୀ, ଖୋର୍ଦ୍ଧାରେ ୪୧ ଡିଗ୍ରୀ, ଛତ୍ରପୁରରେ ୪୦.୮ ଡିଗ୍ରୀ, ଚାନ୍ଦବାଲିରେ ୪୦.୭ ଡିଗ୍ରୀ, ଜଗତସିଂହପୁରରେ ୪୦.୬ ଡିଗ୍ରୀ, ରାୟଗଡ଼ାରେ ୪୦ ଡିଗ୍ରୀ, ନବରଙ୍ଗପୁରରେ ୩୯.୬ ଡିଗ୍ରୀ, ଦେବଗଡ଼ରେ ୩୯.୪ ଡିଗ୍ରୀ, କୋରାପୁଟରେ ୩୮.୪ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୭.୫ ଡିଗ୍ରୀ, ପୁରୀରେ ୩୪.୬ ଡିଗ୍ରୀ, ଗୋପାଳପୁରରେ ୩୩.୨ ଡିଗ୍ରୀ ଓ ପାରାଦୀପରେ ତାପମାତ୍ରା ୩୩.୧ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment
Heat Wave Heat Wave In Odisha Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe