Advertisment

ପୃଥିବୀର ୧୦ ଉତ୍ତପ୍ତ ସ୍ଥାନ ଭିତରେ ଓଡ଼ିଶାର ୩ ସହର

ପୃଥିବୀର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ଓମାନ୍‌ର ଜୋବା। ଆଜି ଏଠାରେ ତାପମାତ୍ରା ୪୯.୨ ଡିଗ୍ରୀ ରେକର୍ଡ କରାଯାଇଛି। ତା’ ତଳକୁ ରହିଛି ଓଡ଼ିଶାର ବାରିପଦା। ଏଠାରେ ୪୬.୪ ଡିଗ୍ରୀ ରେକର୍ଡ କରାଯାଇଛି।

Heat

Heat

Advertisment

ପୃଥିବୀର ୧୦ ଉତ୍ତପ୍ତ ସହର ଭିତରେ ଓଡ଼ିଶାର ୩ ସହର ରହିଛି। ବାରିପଦା ଦ୍ୱିତୀୟ ସ୍ଥାନରେ ଥିବା ବେଳେ ବାଲେଶ୍ୱର ତୃତୀୟ ଓ ରାଜଧାନୀ ଭୁବନେଶ୍ୱର ଦଶମ ସ୍ଥାନରେ ରହିଛି। ସୋଶାଲ୍‌ ମିଡ଼ିଆ X ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ।

Advertisment

ପୃଥିବୀର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ଓମାନ୍‌ର ଜୋବା। ଆଜି ଏଠାରେ ତାପମାତ୍ରା ୪୯.୨ ଡିଗ୍ରୀ ରେକର୍ଡ କରାଯାଇଛି। ତା’ ତଳକୁ ରହିଛି ଓଡ଼ିଶାର ବାରିପଦା। ଏଠାରେ ୪୬.୪ ଡିଗ୍ରୀ ରେକର୍ଡ କରାଯାଇଛି। ତୃତୀୟ ସ୍ଥାନରେ ରହିଛି ବାଲେଶ୍ୱର। ଏଠାରେ ତାପମାତ୍ରା ୪୬.୦ ଡିଗ୍ରୀ ରେକର୍ଡ କରାଯାଇଛି। ଚତୁର୍ଥ ସ୍ଥାନରେ ରହିଛି ଆଫ୍ରିକାର ନଦ୍‌ଜାମେନା। ଏଠାରେ ତାମପାତ୍ରା ୪୬.୦ ଡିଗ୍ରୀ ରେକର୍ଡ କରାଯାଇଛି। ପଞ୍ଚମ ସ୍ଥାନରେ ମିଆଁମାରର ଚୌକ। ଆଜି ଏଠାରେ ତାପମାତ୍ରା ୪୫.୮ ଡିଗ୍ରୀ ରେକର୍ଡ କରାଯାଇଛି। ଷଷ୍ଠରେ ରହିଛି ନାଇଜର ବିଲମା। ଏଠାରେ ତାପମାତ୍ରା ୪୫.୫ ଡିଗ୍ରୀ ରେକର୍ଡ କରାଯାଇଛି।

ସପ୍ତମ ସ୍ଥାନରେ ରହିଛି ଝାରଖଣ୍ଡର ଜାମ୍‌ସେଦପୁର। ଏଠାରେ ତାପମାତ୍ରା ୪୫.୫ ଡିଗ୍ରୀ ରେକର୍ଡ କରାଯାଇଛି। ଅଷ୍ଟମ ସ୍ଥାନରେ ପଶ୍ଚିମବଙ୍ଗର ମେଦିନାପୁର ରହିଛି। ଏଠାରେ ୪୫.୫ ଡିଗ୍ରୀ ରେକର୍ଡ କରାଯାଇଛି। ନବମ ସ୍ଥାନରେ ନାଇଜରର ଗୁଜ୍‌ଗମି। ଏଠାରେ ତାପମାତ୍ରା ୪୫.୫ ଡିଗ୍ରୀ ରେକର୍ଡ କରାଯାଇଛି। ଦଶମ ସ୍ଥାନରେ ରହିଛି ରାଜଧାନୀ ଭୁବନେଶ୍ୱର। ଏଠାରେ ୪୫.୪ ଡିଗ୍ରୀ ରେକର୍ଡ଼ କରାଯାଇଛି।

Advertisment

Bhubaneswar Heat Wave Heat Wave In Odisha Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe