Advertisment

ବଢୁଛି ତାତି: ଭୁବନେଶ୍ୱର ସବୁଠୁ ଉତ୍ତପ୍ତ

ରାଜଧାନୀ ଭୁବନେଶ୍ୱର ପାଲଟିଛି ରାଜ୍ୟରୁ ସବୁଠାରୁ ତତଲା ସହର। ଏଠାରେ ଦିନ ସାଢ଼େ ୨ଟା ସୁଦ୍ଧା ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି।

BBSR

BBSR

Advertisment

ସମଗ୍ର ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଖରା। ତତଲା କଡ଼େଇରେ ସିଝିବାରେ ଲାଗିଛନ୍ତି ରାଜ୍ୟବାସୀ। ଆସନ୍ତା ସପ୍ତାହେ ଯାଏ ଏପରି ତାତିରୁ ମିଳିବ ନାହିଁ କୌଣସି ଆଶ୍ୱସ୍ତି। ଆଜି ମଧ୍ୟ ଉପକୂଳରୁ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି ସମସ୍ତଙ୍କୁ କଲବଲ କରିଛି।

Advertisment

ରାଜଧାନୀ ଭୁବନେଶ୍ୱର ପାଲଟିଛି ରାଜ୍ୟରୁ ସବୁଠାରୁ ତତଲା ସହର। ଏଠାରେ ଦିନ ସାଢ଼େ ୨ଟା ସୁଦ୍ଧା ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି ରାଜଧାନୀରେ ପାରଦ ୪୧.୫ ଡିଗ୍ରୀ ରେକର୍ଡ କରାଯାଇଛି। ଏହାର ଅର୍ଥ ଦିନକରେ ତାତି ୨ ଡିଗ୍ରୀ ବୃଦ୍ଧି ପାଇଛି। ସୋମବାର ଭୁବନେଶ୍ୱର ଦେଶର ସବୁଠାରୁ ଉତ୍ତର ସହର ବନିଥିଲା। ଏଠାରେ ପାରଦ ୪୩.୮ ଡିଗ୍ରୀ ରେକର୍ଡ କରାଯାଇଥିଲା। 

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଦିନ ସାଢ଼େ ୨ଟା ସୁଦ୍ଧା ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହ ପାଲଟି ଥିବା ବେଳେ ଏହା ପଛକୁ ଝାରସୁଗୁଡ଼ା ରହିଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୨.୯ ଡିଗ୍ରୀ ରେକର୍ଡ ହୋଇଛି।

Advertisment

ଚାନ୍ଦବାଲିରେ ୪୨.୨, ବାଲେଶ୍ୱର ୪୧.୪ ଡିଗ୍ରୀ ରାଉରକେଲାରେ ୪୦.୮ ଡିଗ୍ରୀ, ସମ୍ବଲପୁରରେ ୪୦.୧ ଡିଗ୍ରୀ, ହୀରାକୁଦରେ ୪୦.୧ ଡିଗ୍ରୀ, କେନ୍ଦୁଝରରେ ୩୮.୪ ଡିଗ୍ରୀ, ଗୋପାଳପୁରରେ ୩୫.୪ ଡିଗ୍ରୀ, ପୁରୀରେ ୩୫.୨ ଡିଗ୍ରୀ ଓ ପାରଦ୍ୱୀପରେ ତାପମାତ୍ରା ୩୪.୬ ଡିଗ୍ରୀ ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ପାଣିପାଗ କେନ୍ଦ୍ର ଆହୁରି କହିଛି ଯେ ଆସନ୍ତା ସପ୍ତାହେ ପାଇଁ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେବ। ଆସନ୍ତା ୨୫ରୁ ମେ ୨ ତାରିଖ ଯାଏ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି।

ଶୁଷ୍କ ବାୟୁ ପ୍ରବାହ ଯୋଗୁ ତାପମାତ୍ରା ସାଢ଼େ ୬ ଡିଗ୍ରୀ ବଢ଼ିବା ଆଶଙ୍କା ରହିଛି। ସିଭିୟର ହିଟୱେଭ୍ ସହ ତାପମାତ୍ରା ୪୫ ଟପିପାରେ ବୋଲି ମଧ୍ୟ ସେ କହିଛନ୍ତି।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୨୭ ଓ ୨୮ ତାରିଖରେ ପାଇଁ ୨୯ ଜିଲ୍ଲାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। କେବଳ କୋରାପୁଟ ଜିଲ୍ଲାକୁ ଗ୍ରୀନ୍ ୱାର୍ଣ୍ଣିଂ ଦେଇଛି ପାଣିପାଗ କେନ୍ଦ୍ର।

Odisha Bhubaneswar Heat Wave
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe