Advertisment

ଆଜି ବି ଭୁବନେଶ୍ୱର ସବୁଠୁ ତତଲା; ସାଢେ ୧୧ ସୁଦ୍ଧା ତାତି ୪୧.୧ ଡିଗ୍ରୀ ଛୁଇଁଲା

ଗତକାଲି ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଆଜି ବି ସମାନ ଅବସ୍ଥା।

ଅଦ୍ୟତନ ହୋଇଛି
Heat Wave

Heat Wave

Advertisment

କଲବଲ କରୁଛି ପ୍ରଚଣ୍ଡ ଖରାର କୋପ। ତତଲା କଡ଼େଇରେ ସିଝି ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ। ମାତ୍ର ଆସନ୍ତା ୫ ଦିନ ଯାଏ ତାତିରୁ ମିଳିବ ନାହିଁ କୌଣସି ଆଶ୍ୱସ୍ତି। ଆହୁରି ଉପରମୁହାଁ ହେବ ପାରଦ । ଗତକାଲି ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଆଜି ବି ସମାନ ଅବସ୍ଥା।

Advertisment

ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଅଧିକାଂଶ ସହରର ପାରଦ ୪୧ ଡିଗ୍ରୀ ଛୁଇଁ ସାରିଲାଣି । ଆଜି ବି ରାଜଧାନୀ ହିଁ ପାଲଟିଛି ସବୁଠୁ ଉତ୍ତପ୍ତ ସହର । ରାଜଧାନୀରେ ତାତି ୪୧.୧ ଡିଗ୍ରୀ ସେଲସିୟସ୍ ଛୁଇଁସାରିଲାଣି।

ବାଲେଶ୍ୱର ଓ ଚାନ୍ଦବାଲିରେ ୪୧ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ତାପମାତ୍ରା। ଝାରସୁଗୁଡ଼ାରେ ୪୦.୪, ହୀରାକୁଦରେ ୪୦.୨ ଓ କେନ୍ଦୁଝରରେ ୩୯.୬ ଡିଗ୍ରୀ ସେଲସିୟସ୍ ରହିଛି। ସେହିପରି ସମ୍ବଲପୁର ୩୯ ଓ ରାଉରକେଲା ୩୮.୮, ପାରାଦ୍ୱୀପ ୩୪.୨, ପୁରୀ ୩୪.୨ ଓ ଗୋପାଳପୁର ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Advertisment

ଆଗାମୀ ୫ ଦିନ ରାଜ୍ୟରେ ତାତି ଆହୁରି ବଢ଼ିବ। ୨୭-୨୮ ତାରିଖ ବେଳକୁ ମୟୂରଭଞ୍ଜ, ବୌଦ୍ଧ, ଖୋର୍ଦ୍ଧା, ଜଗତସିଂହପୁର, ସୁବର୍ଣ୍ଣପୁର, ନୂଆପଡ଼ା, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି, ବାଲେଶ୍ବର ଭଳି ୧୦ ଜିଲ୍ଲାରେ ସିଭିୟର ହିଟ୍ ୱେଭ୍ ନେଇ ସତର୍କ ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ପାଣିପାଗ କାର୍ଯ୍ୟାଳୟ ।

ସୋମବାର ଭୁବନେଶ୍ୱର ଦେଶର ସବୁଠାରୁ ଉତ୍ତର ସହର ବନିଥିଲା। ଏଠାରେ ପାରଦ ୪୩.୮ ଡିଗ୍ରୀ ରେକର୍ଡ କରାଯାଇଥିଲା। ମଙ୍ଗଳବାର ରାଜଧାନୀରେ ପାରଦ ୪୧.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଗତକାଲି ତାତି ୨ ଡିଗ୍ରୀ ବୃଦ୍ଧି ପାଇ ୪୩.୨ ଡିଗ୍ରୀରେ ପହଞ୍ଚିଥିଲା। ଫଳରେ ଗତକାଲି ଭୁବନେଶ୍ୱର ରାଜ୍ୟର ସବୁଠୁ ତତଲା ସହରରେ ପରିଣତ ହୋଇଥିଲା। ଏହାପରେ ଆଜି ବି ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱର ହିଁ ରାଜ୍ୟର ସବଠୁ ଉତ୍ତ୍ୟପ୍ତ ସହର ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

Odisha Bhubaneswar Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe