Advertisment

ସକାଳ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର

ରାଜ୍ୟରେ ଗତକାଲି ପାରଳାଖେମୁଣ୍ଡିରେ ସର୍ବାଧିକ ଖରା ହୋଇଥିଲା। ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯.୫ ଡିଗ୍ରୀ ରେକର୍ଡ କରାଯାଇଥିଲା।

Umbrella

Umbrella

Advertisment

ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ବଢ଼ିବ ବୋଲି ପୂର୍ବରୁ ପାଣିପାଗ ବିଭାଗ ଆକଳନ କରିଥିବା ବେଳେ ସକାଳ ସାଢ଼େ ୧୧ଟା ସୁଦ୍ଧା ୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରିଛି। ରାଜଧାନୀ ଭୁବନେଶ୍ୱରରେ ଦିନ ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ୩୭.୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୩୭, ଝାରସୁଗୁଡ଼ାରେ ୩୬.୬, ବାଲେଶ୍ୱରରେ ୩୫.୮, ରାଉରକେଲାରେ ୩୫.୪ ଓ ପାରାଦୀପରେ ୩୫.୧ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

ସେହିପରି ଦିନ ସାଢ଼େ ୧୧ଟା ସୁଦ୍ଧା କେନ୍ଦୁଝର ଓ ସମ୍ବଲପୁରର ତାପମାତ୍ରା ୩୪.୬ ଡିଗ୍ରୀ ରହିଥିବା ବେଳେ ଗୋପାଳପୁରରେ ୩୪.୪, ହୀରାକୁଦ ଓ ପୁରୀରେ ୩୪.୩ ଡିଗ୍ରୀ ରହିଛି।

ଗତକାଲି ଭୁବନେଶ୍ୱରର ଦିନର ସର୍ବୋଚ୍ଚ ତାପମାତ୍ରା ୩୮.୪ ଡିଗ୍ରୀ ଥିବା ବେଳେ ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଏହା ୩୭.୪ ଡିଗ୍ରୀରେ ପହଞ୍ଚି ସାରିଲାଣି। ତେଣୁ ତାତି ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି। ଆଜି ଭୁବନେଶ୍ୱରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ରହିବ ବୋଲି ଗତକାଲି ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ।

Advertisment

ଗତକାଲି ଚାନ୍ଦବାଲିର ଦିନର ସର୍ବୋଚ୍ଚ ତାପମାତ୍ରା ୩୮.୬ ଡିଗ୍ରୀ ରହିଥିବା ବେଳେ ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ୩୬ ଛୁଇଁ ସାରିଛି। ସେହିପରି ଗତକାଲି ଝାରସୁଗୁଡ଼ାର ଦିନର ସର୍ବୋଚ୍ଚ ତାପମାତ୍ରା ୩୬.୮ ଡିଗ୍ରୀ ରହିଥିବା ବେଳେ ବାଲେଶ୍ୱରରେ ୩୭.୨, ରାଉରକେଲାରେ ୩୬.୬ ଓ ପାରାଦୀପରେ ୩୪.୯ ଡିଗ୍ରୀ ରହିଥିଲା।

ରାଜ୍ୟରେ ଗତକାଲି ପାରଳାଖେମୁଣ୍ଡିରେ ସର୍ବାଧିକ ଖରା ହୋଇଥିଲା। ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯.୫ ଡିଗ୍ରୀ ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଜି ପାରଳାଖେମୁଣ୍ଡିରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ। ବାରିପଦାରେ ମଧ୍ୟ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ ବୋଲି କହିଛି ପାଣିପାଗ ବିଭାଗ। ସେହିପରି ଝାରସୁଗୁଡ଼ା ଓ ବାଲେଶ୍ୱରରେ ୩୯, ପାରାଦୀପ ଓ ରାଉରକେଲାରେ ୩୭ ଡିଗ୍ରୀ ସେଲ୍‌ସିୟସ ରହିପାରେ ଦିନର ସର୍ବୋଚ୍ଚ ତାପମାତ୍ରା।

ଆଜି ରାଜ୍ୟର କେବଳ ୨ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଥିବା ବେଳେ ଆସନ୍ତାକାଲି ୧୦ରୁ ଅଧିକ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ବା ତା’ ଉପରେ ରହିପାରେ। ବାରିପଦାର ଆସନ୍ତାକାଲି ଦିନର ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ଛୁଇଁପାରେ।

Heat Wave Weather Update Weather News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe