Advertisment

ଜଳିଲା ଭୁବନେଶ୍ୱର, ତାପମାତ୍ରା ୪୩ ଡିଗ୍ରୀ ଡେଇଁଲା

ଆଜି ସକାଳୁ ଭୁବନେଶ୍ୱରରେ ଖରା ଅନୁଭୂତ ହୋଇଥିଲା। ଦିନ ସାଢ଼େ ୧୧ଟା ବେଳକୁ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୯.୮ ଡିଗ୍ରୀରେ ପହଞ୍ଚି ସାରିଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Bhubaneswar

Bhubaneswar

ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରିଛି। ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ସେହିପରି ଆଜି ଦିନ ସାଢ଼େ ୨ଟା ସୁଦ୍ଧା ସମ୍ବଲପୁରର ତାପମାତ୍ରା ୪୦.୮ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ହୀରାକୁଦରେ ୪୦.୬, ଚାନ୍ଦବାଲି ୪୦.୬, ଝାରସୁଗୁଡ଼ାରେ ୪୦.୨, ରାଉରକେଲାରେ ୩୯.୬, କେନ୍ଦୁଝରରେ ୩୯, ବାଲେଶ୍ୱରରେ ୩୭.୮, ପୁରୀରେ ୩୩, ଗୋପାଳପୁରରେ ୩୨.୨ ଓ ପାରାଦୀପରେ ୩୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। 

ଆଜି ସକାଳୁ ଭୁବନେଶ୍ୱରରେ ଖରା ଅନୁଭୂତ ହୋଇଥିଲା। ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୧.୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ଦିନ ସାଢ଼େ ୧୧ଟା ବେଳକୁ ଏହା ବଢ଼ି ୩୯.୮ ଡିଗ୍ରୀରେ ପହଞ୍ଚିଥିଲା। ଆଜି ଭୁବନେଶ୍ୱରର ତାପମାତ୍ରା ୪୪ ଡିଗ୍ରୀରେ ପହଞ୍ଚିବ ବୋଲି ଆକଳନ କରିଥିଲା ପାଣିପାଗ ବିଭାଗ। 

Advertisment

ଆସନ୍ତାକାଲି ଭୁବନେଶ୍ୱରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ସେଲ୍‌ସିୟସ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ଅନୁଗୋଳ ଓ ବୌଦ୍ଧରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ରହିବ ବୋଲି ଆକଳନ କରାଯାଇଛି। ମାଲକାନଗିରି, ଭବାନୀପାଟଣା ଓ ଝାରସୁଗୁଡ଼ାରେ ଆସନ୍ତାକାଲି ଦିନର ସର୍ବୋଚ୍ଚ ତାପମାତ୍ର ୪୨ ଡିଗ୍ରୀ ରହିପାରେ। ସେହିପରି ନୂଆପଡ଼ା, ବଲାଙ୍ଗିର, ଟିଟିଲାଗଡ଼, ସମ୍ବଲପୁର, ରାଉରକେଲା ଓ ଖୋର୍ଦ୍ଧାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ରହିପାରେ।    

ରବିବାର ଓ ସୋମବାର ରାଜ୍ୟର କିଛି ସ୍ଥାନ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଛି। ସେହିପରି କିଛି ସ୍ଥାନରେ ବିଜୁଳି ମାରିବା ସହିତ କୁଆପଥର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

ଗୁରୁବାର (ଗତକାଲି) ବୌଦ୍ଧ ଓ ମାଲକାନଗିରିରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିଲା। ଏହା ଗତକାଲି ସୁଦ୍ଧା ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରହିଥିଲା।

Bhubaneswar Heat Wave Weather News