Heat Wave
ପାଣିପାଗ ବିଭାଗ ଆକଳନ ଠିକ୍ ହୋଇଛି। ଗତକାଲି (ଏପ୍ରିଲ ୧୪) ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ପୁଣି ବୃଦ୍ଧି ପାଇଛି। ଗତକାଲି କେବଳ ପାରଳାଖେମୁଣ୍ଡିର ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଡେଇଁଥିବା ବେଳେ ଆଜି ଦିନ ୨ଟା ୩୦ ସୁଦ୍ଧା ୪ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ବା ତା’ ଉପରେ ରେକର୍ଡ କରାଯାଇଛି।
ରାଜଧାନୀ ଭୁବନେଶ୍ୱରରେ ଆଜି ସକାଳୁ ଖରାର ପ୍ରକୋପ ଅନୁଭୂତ ହୋଇଥିଲା। ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୧.୨ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୪୧.୧, ଝାରସୁଗୁଡାରେ ୪୧ ଓ ବାଲେଶ୍ୱର ୪୦ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ହୀରାକୁଦରେ ୩୯.୫, ସମ୍ବଲପୁରରେ ୩୯.୪, ରାଉରକେଲାରେ ୩୯.୨, କେନ୍ଦୁଝରରେ ୩୮.୯, ଗୋପାଳପୁରରେ ୩୫.୫, ପାରାଦୀପରେ ୩୫.୨ ଓ ପୁରୀରେ ୩୫ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି। ଆଜି ଦିନ ୧୧ଟା ୩୦ ସୁଦ୍ଧା ବାଲେଶ୍ୱର ଓ ଭୁବନେଶ୍ୱରର ତାପମାତ୍ରା ୩୯ ଡିଗ୍ରୀ ଅତିକ୍ରମ କରିଯାଇଥିଲା।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାର ଅନେକ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪ରୁ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Heat_Wave_1711594526.jpg)