Advertisment

କଲବଲ ହେଲା ପଶ୍ଚିମ ଓଡ଼ିଶା; ବୌଦ୍ଧ ଉତ୍ତପ୍ତ ସହର

ବୌଦ୍ଧ ପାଲଟିଛି ଉତ୍ତପ୍ତ ସହର। ଆଜି ଏଠାରେ ତାପମାତ୍ରା ୪୪.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୨୬ ସହର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି।

author-image
Manoranjan Sial
undefined

Heat Wave

କଲବଲ ହେଲା ପଶ୍ଚିମ ଓଡ଼ିଶା। ବୌଦ୍ଧ ପାଲଟିଛି ଉତ୍ତପ୍ତ ସହର। ଆଜି ଏଠାରେ ତାପମାତ୍ରା ୪୪.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୨୬ ସହର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦେଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବୌଦ୍ଧରେ ତାପମାତ୍ରା ୪୪.୬ ଡିଗ୍ରୀ, ଟିଟିଲାଗଡ଼ରେ ୪୪ ଡିଗ୍ରୀ, ନୂଆପଡ଼ାରେ ୪୩.୯ ଡିଗ୍ରୀ, ବଲାଙ୍ଗିରରେ ୪୩.୪ ଡିଗ୍ରୀ, ମାଲକାନଗିରିରେ ୪୩.୩ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୩.୩ ଡିଗ୍ରୀ, ଭବାନୀପାଟଣାରେ ୪୩ ଡିଗ୍ରୀ, ବାରିପଦାରେ ୪୨.୮ ଡିଗ୍ରୀ, ସମ୍ୱଲପୁରରେ ୪୨.୮ ଡିଗ୍ରୀ, ଅନୁଗୋଳରେ ୪୨.୭ ଡିଗ୍ରୀ, ହୀରାକୁଦରେ ୪୨.୩ ଡିଗ୍ରୀ, ତାଳଚେରରେ ୪୨.୨ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୧ ଡିଗ୍ରୀ, ସୋନପୁରରେ ୪୨.୧ ଡିଗ୍ରୀ, ଭୁବନେଶ୍ୱରରେ ୪୧.୬ ଡିଗ୍ରୀ, ଫୁଲବାଣୀରେ ୪୧.୫ ଡିଗ୍ରୀ, ଢେଙ୍କାନାଳରେ ୪୧.୫ ଡିଗ୍ରୀ, ନୟାଗଡ଼ରେ ୪୧.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୪୧.୫ ଡିଗ୍ରୀ, ଜଗତସିଂହପୁରରେ ତାପମାତ୍ରା ୪୧.୩ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ଯାଜପୁରରେ ୪୧.୨ ଡିଗ୍ରୀ, ରାୟଗଡ଼ାରେ ୪୧.୨ ଡିଗ୍ରୀ, ରାଉରକେଲାରେ ୪୦.୬ ଡିଗ୍ରୀ, କଟକରେ ୪୦.୫ ଡିଗ୍ରୀ, କେନ୍ଦୁଝରରେ ୪୦.୪ ଡିଗ୍ରୀ, ନବରଙ୍ଗପୁରରେ ୪୦.୨ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୪୦ ଡିଗ୍ରୀ, ବାଲେଶ୍ୱରରେ ୩୯.୮ ଡିଗ୍ରୀ, ବରଗଡ଼ରେ ୩୯.୮ ଡିଗ୍ରୀ, ଖୋର୍ଦ୍ଧାରେ ୩୯.୫ ଡିଗ୍ରୀ, ଦେବଗଡ଼ରେ ୩୯.୫ ଡିଗ୍ରୀ, କୋରାପୁଟରେ ୩୯.୫ ଡିଗ୍ରୀ,ଭଦ୍ରକରେ ୩୯ ଡିଗ୍ରୀ, ଛତ୍ରପୁରରେ ୩୯ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୮.୫ ଡିଗ୍ରୀ, ଚାନ୍ଦବାଲିରେ ୩୯ ଡିଗ୍ରୀ, ଗୋପାଳପୁରରେ ୩୫ ଡିଗ୍ରୀ, ପାରାଦୀପରେ ୩୪.୬ ଡିଗ୍ରୀ ଓ ପୁରୀରେ ତାପମାତ୍ରା ୩୪.୩ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment
Heat Wave Heat Wave In Odisha