Advertisment

୪୪.୩ ଡିଗ୍ରୀ ସହ ବୌଦ୍ଧ ଦେଶର ଉତ୍ତପ୍ତ ସହର

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବୌଦ୍ଧ ଓ ନାଣ୍ଡିଆଲ୍‌ ତଳକୁ ରହିଛି ଓଡ଼ିଶାର ବାରିପଦା। ଏଠାରେ ୪୪.୨ ଡିଗ୍ରୀ ରେକର୍ଡ କରାଯାଇଛି।

author-image
Manoranjan Sial
undefined

Heat Wave

ତାତିରେ ରେକର୍ଡ କଲା ଓଡ଼ିଶାର ବୌଦ୍ଧ ଓ ତେଲଙ୍ଗାନାର ନାଣ୍ଡିଆଲ୍‌। ଏହି ଦୁଇ ସହର ପାଲଟିଛି ଦେଶର ଉତ୍ତପ୍ତ ସହର। ଆଜି ଏହି ଦୁଇ ସହର ତାପମାତ୍ରା ୪୪.୩ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବୌଦ୍ଧ ଓ ନାଣ୍ଡିଆଲ୍‌ ତଳକୁ ରହିଛି ଓଡ଼ିଶାର ବାରିପଦା। ଏଠାରେ ୪୪.୨ ଡିଗ୍ରୀ ରେକର୍ଡ କରାଯାଇଛି। ତା’ ତଳକୁ ଅଛି ପଶ୍ଚିମବଙ୍ଗର ଆସନସୋଲ୍‌ ଓ ବିଦ୍ଦର୍ଭର ଅକୋଲା। ଏହି ଦୁଇ ସହରର ତାପମାତ୍ରା ୪୪.୦ ଡିଗ୍ରୀ ରେକର୍ଡ କରାଯାଇଛି। ତା’ ପଛକୁ ଝାରସୁଗୁଡ଼ା ଓ ଚଣ୍ଡିଗଡ଼। ଏହି ଦୁଇ ସହର ତାପମାତ୍ର ୪୪.୮ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ଓଡ଼ିଶାର ଅନୁଗୋଳରେ ୪୩.୭ ଡିଗ୍ରୀ, ଉତ୍ତରପ୍ରଦେର ପ୍ରୟାଗରାଜରେ ୪୩.୬ ଡିଗ୍ରୀ, ଝାରଖଣ୍ଡରେ ଡାଲଟଗଞ୍ଜରେ ୪୩.୨ ଡିଗ୍ରୀ, ଜାମସେଦପୁରରେ ୪୩.୨ ଡିଗ୍ରୀ, ପଶ୍ଚିମବଙ୍ଗ ମେଦିନାପୁରରେ ୪୩.୫ ଡିଗ୍ରୀ, ଓଡ଼ିଶାର ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ, ବିଦ୍ଦର୍ଭର ବ୍ରହ୍ମପୁରୀରେ ୪୩.୧ ଡିଗ୍ରୀ, ଚନ୍ଦ୍ରପୁରରେ ୪୩.୮ ଡିଗ୍ରୀ, ୱାଶିମରେ ୪୩.୬ ଡିଗ୍ରୀ, ତେଲଙ୍ଗାନାର ଚୁଡ୍ଡାପାରେ ୪୩.୬ ଡିଗ୍ରୀ ଓ ତିରୁପତିରେ ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

Heat Wave Heat Wave In Odisha Weather Report