Advertisment

ତାତିରେ ରେକର୍ଡ କଲା ଭୁବନେଶ୍ୱର; ସାଢେ ୨ଟା ସୁଦ୍ଧା ୪୩.୮ ଡିଗ୍ରୀ ରେକର୍ଡ

ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା 43.8°C ରେକର୍ଡ କରାଯାଇଛି।

Heat Wave

Heat Wave

Advertisment

ରେକର୍ଡ ତାତି। ଚଳିତ ସିଜିନର ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା 43.8°C ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ଶୋସାଲ୍‌ ମିଡ଼ିଆ X ରେ ସୂଚନା ଦେଇଛନ୍ତି।

Advertisment

ଶ୍ରୀ ଦାସଙ୍କ ସୂଚନା ଅନୁସାରେ ଆଜି ଦିନ ସାଢ଼େ ୨ଟା ସୁଦ୍ଧ ଭୁବନେଶ୍ୱରରେ ୪୩.୮ ଡିଗ୍ରୀ, ବାଲେଶ୍ୱରରେ ୪୦.୭ ଡିଗ୍ରୀ, ଚାନ୍ଦବାଲିରେ ୪୦.୪ ଡିଗ୍ରୀ, କେନ୍ଦୁଝରରେ ୩୮ ଡିଗ୍ରୀ, ଗୋପାଳପୁରରେ ୩୭ ଡିଗ୍ରୀ, ସମ୍ବଲପୁରରେ ୩୬.୬ ଡିଗ୍ରୀ, ଝାରସୁଗୁଡାରେ ୩୬.୨ ଡିଗ୍ରୀ, ପାରାଦୀପରେ ୩୫.୪ ଡିଗ୍ରୀ, ହୀରାକୁଦରେ ୩୪.୮ ଡିଗ୍ରୀ, ରାଉରକେଲାରେ ୩୪.୪ ଓ ପୁରୀର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଛି।

ପୂର୍ବରୁ ଅର୍ଥାତ ଏପ୍ରିଲ ୫ ତାରିଖରେ ଭୁବନେଶ୍ୱରର ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ କରାଯାଇଥିଲା। ତା’ପରେ ଅର୍ଥତ ଗତ୧୮ ତାରିଖରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଥିଲା। ଆଜି ଦିନ ସାଢ଼େ ୨ଟାରେ ସବୁ ରେକର୍ଡକୁ ଭାଙ୍ଗିଛି ଭୁବନେଶ୍ୱର। ଅସମ୍ଭାଳ ତାତି ଯୋଗୁ ଅସ୍ତବ୍ୟସ୍ତ ଜୀବନ ଯାତ୍ରା। ଶୂନ୍‌ଶାନ୍‌ ହୋଇଛି ଭୁବନେଶ୍ୱରର ରାଜରାସ୍ତା।

Advertisment

Heat Wave Heat Wave In Odisha Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe