Advertisment

ବାତ୍ୟା ମୁକାବିଲା: ବିଧାୟକମାନଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ବାତ୍ୟା ‘ଦାନା’ ଆସନ୍ତା ୨୪ତାରିଖ ରାତି ଅବା ୨୫ତାରିଖ ଭୋର୍ ସମୟରେ ପାରାଦୀପ ନିକଟରେ ସ୍ଥଳଭାଗ ଛୁଇଁବାର ଆଶଙ୍କା କରାଯାଉଛି। ଯାହାର ପ୍ରଭାବରେ ରାଜ୍ୟର ୧୪ରୁ ଅଧିକ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି।

author-image
Ordigital Desk
undefined

Mohan Majhi

ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମସ୍ତ ବିଧାୟକମାନଙ୍କର ସହଯୋଗ ଲୋଡ଼ିଛନ୍ତି। ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ସହ ‘ଜିରୋ କାଜୁଆଲିଟି’ ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରଶାସନିକସ୍ତରରେ ଆଗୁଆ ପଦକ୍ଷେପ ନିଆଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ସମସ୍ତ ବିଧାୟକମାନଙ୍କୁ ନିଜ ନିଜ ଅଂଚଳବାସୀଙ୍କ ସହ ରହିବାକୁ ପରାମର୍ଶ ଦେଇଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ନିଜ ସୋଶାଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ସମସ୍ତ ବିଧାୟକମାନଙ୍କ ସହଯୋଗ କାମନା କରି ଲେଖିଛନ୍ତି ଯେ “ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବୃଷ୍ଟିପାତ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ସହିତ ସମନ୍ୱିତ ଭାବେ ବାତ୍ୟା ମୁକାବିଲା କରିବା ସହିତ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ବିଧାୟକ-ବିଧାୟିକାମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଉପସ୍ଥିତ ରହିବା ଆବଶ୍ୟକ। ସମସ୍ତ ବିଧାୟକମାନେ ନିଜ ନିଜ ଅଂଚଳବାସୀଙ୍କ ସହିତ ରହି ସେମାନଙ୍କୁ ଆବଶ୍ୟକୀୟ ସହାୟତା ଦେବା ପାଇଁ ଯଥାସମ୍ଭବ ଚେଷ୍ଟିତ ହୁଅନ୍ତୁ ବୋଲି ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ବାତ୍ୟା ‘ଦାନା’ ଆସନ୍ତା ୨୪ତାରିଖ ରାତି ଅବା ୨୫ତାରିଖ ଭୋର୍ ସମୟରେ ପାରାଦୀପ ନିକଟରେ ସ୍ଥଳଭାଗ ଛୁଇଁବାର ଆଶଙ୍କା କରାଯାଉଛି। ଯାହାର ପ୍ରଭାବରେ ରାଜ୍ୟର ୧୪ରୁ ଅଧିକ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ବାତ୍ୟାର ଭୟାବହତା ଆଶଙ୍କା କରି ରାଜ୍ୟ ସରକାର ୩ଦିନ ପାଇଁ ସମସ୍ତ ସ୍କୁଲ କଲେଜ ଛୁଟି ଘୋଷଣା କରିବା ସହ କର୍ମଚାରୀମାନଙ୍କ ଛୁଟି ବାତିଲ କରିଛନ୍ତି। ଏହାସହିତ ସବୁ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ବାତ୍ୟା ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

Advertisment
Mohan Charan Majhi Cyclone Dana