Advertisment

ଆଜି ବି ଥରାଇବ ଶୀତ, କାଲି ବଢ଼ିବ କୁହୁଡ଼ି

ବିଶେଷକରି ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ନୟାଗଡ଼ କେନ୍ଦୁଝର ମୟୂରଭଂଜରେ କୁହୁଡ଼ି ସମ୍ଭାବନା ରହିଛି।

author-image
Madhupriya Mistry
Cold Wave

Cold Wave

ଶୀତରେ ଥରୁଛି ସାରା ଓଡ଼ିଶା। ହାଡ଼ ଭଙ୍ଗା ଜାଡ଼ ଜାରି ରହିଛି। ଶୀତ ସାଙ୍ଗ କୋହଲା ପବନ ବି ବହୁଛି। ଦିନ ୧୨ଟା ଯାଏ ବି କମୁନି ଶୀତ। ଫଳରେ ଲୋକେ ଘରୁ ବାହାରିବା ମୁସିକିଲ ହୋଇପଡିଛି। ପାଣିପାଗ ବିଭାଗ ସୂଚନା ଦେଇଛି ଯେ ଆଜି ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି।

Advertisment

ଆସନ୍ତାକାଲି କିମ୍ବା ପରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସେହିପରି ଆଜି ଏବଂ ଆସନ୍ତାକାଲି ସକାଳ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡି ସମ୍ଭାବନା ରହିଛି।

ବିଶେଷକରି ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ନୟାଗଡ଼ କେନ୍ଦୁଝର ମୟୂରଭଂଜରେ କୁହୁଡି ସମ୍ଭାବନା ରହିଛି। ତେବେ ଆଗାମୀ ୭ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି କହିଛି ପାଣିପାଗ ବିଭାଗ।

Advertisment
Odisha Weather Update Cold Wave