Advertisment

୧୦ ଡିଗ୍ରୀ ତଳେ ୧୧ ସହର; ଫୁଲବାଣୀରେ ସବୁଠୁ ଅଧିକ ଶୀତ

ଗତକାଲି ରାତିରେ କଟକର ସର୍ବନିମ୍ନ ତାପମାତ୍ରା ୧୩.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୧୩.୫ ଡିଗ୍ରୀ ରହିଥିଲା।

author-image
Jitendra Garnayak
Cold Wave

Cold Wave

ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଧୀରେ ଧୀରେ ବଢୁଛି ଜାଡ଼। ଗତକାଲି ରାତିରେ ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ତା’ପୂର୍ବଦିନ ୬ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା।

Advertisment

ଗତକାଲି ରାତିରେ ଫୁଲବାଣୀ ଥିଲା ସବୁଠୁ ଥଣ୍ଡା ସହର। ସେଠାରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଥିଲା।

ସେହିପରି କିରେଇରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଜି.ଉଦୟଗିରିରେ ୮.୬, ରାଉରକେଲାରେ ୮.୮, ଅନୁଗୁଳରେ ୯, ରାଣୀତାଲରେ ୯.୪, ଦାରିଙ୍ଗବାଡ଼ି ଓ ସୁନ୍ଦରଗଡ଼ରେ ୯.୫, କେନ୍ଦୁଝର ଓ କୋରାପୁଟରେ ୯.୬ ଏବଂ ଝାରସୁଗୁଡ଼ାରେ ୯.୮ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

କଟକ ଓ ଭୁବନେଶ୍ୱରରେ ମଧ୍ୟ ଶୀତ ଅନୁଭୂତ ହେଉଛି। ଗତକାଲି ରାତିରେ କଟକର ସର୍ବନିମ୍ନ ତାପମାତ୍ରା ୧୩.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୧୩.୫ ଡିଗ୍ରୀ ରହିଥିଲା।

ବାରିପଦାରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରହିଥିବା ବେଳେ ସମ୍ବଲପୁରରେ ୧୨.୬, ହୀରାକୁଦରେ ୧୩.୧, ତାଳଚେରରେ ୧୨.୪, ଭବାନୀପାଟଣାରେ ୧୧, ବଲାଙ୍ଗିରରେ ୧୨, ସୋନପୁରରେ ୧୦.୯, ବୌଦ୍ଧରେ ୧୨.୫, ଭଦ୍ରକରେ ୧୨.୭, ଢେଙ୍କାନାଳରେ ୧୨.୨, ବରଗଡ଼ରେ ୧୩.୬, ନବରଙ୍ଗପୁରରେ ୧୨.୫, ଜଗତସିଂହପୁରରେ ୧୩.୨ ଓ କେନ୍ଦ୍ରାପଡ଼ାରେ ୧୨.୪ ଡିଗ୍ରୀ ରେକର୍ଡ କରାଯାଇଛି।

Winter Cold Wave