Advertisment

ରାଜ୍ୟରେ ଅସହ୍ୟ ଶୀତ: ୫ ଡିଗ୍ରୀକୁ ଖସିଲା ପାରଦ, କେଉଁଠି ଜାଣନ୍ତୁ

୧୩ଟି ସହରର ସର୍ବନିମ୍ନ ରାତ୍ର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରହିଥିବା ବେଳେ ଅନେକ ସହରର ତାପମାତ୍ରା ୧୨.୧୩ ଓ ୧୪ ଡିଗ୍ରୀ ରହିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Winter

Winter

ରାଜ୍ୟରେ ଜାରି ରହିଛି ଶୀତ। ଗତକାଲି ରାତିରେ ରାଜ୍ୟର ୧୩ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରେକର୍ଡ କରାଯାଇଛି। ଜି. ଉଦୟଗିରି ପାଲଟିଛି ସବୁଠୁ ଥଣ୍ଡା ସହର। ଗତକାଲି ରାତିରେ ଏଠାରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରହିଥିଲା।

Advertisment

ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡ଼ର କିରେଇରେ ୭.୫, ଅନୁଗୋଳ ଓ କୋରାପୁଟରେ ୮, ସେମିଳିଗୁଡ଼ାରେ ୮.୪, ଦାରିଙ୍ଗବାଡ଼ିରେ ୮.୫, କେନ୍ଦୁଝର ଓ ରାଉରକେଲାରେ ୮.୬, ସୁନ୍ଦରଗଡ଼ରେ ୮.୮ ଡିଗ୍ରୀ, ଭବାନୀପାଟଣାରେ ୮.୯, ରାଣୀତାଲରେ ୯ ଓ ଝାରସୁଗୁଡ଼ାରେ ୯.୨ ଡିଗ୍ରୀ ରେକର୍ଡ କରାଯାଇଛି। ସୋନପୁରରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ଚଳିତ ଋତୁରେ ଗତକାଲି କଟକ ଓ ଭୁବନେଶ୍ୱରରେ ସବୁଠୁ କମ୍ ତାପମାତ୍ରା ରେକର୍ଡ କରାଯାଇଛି। ଗତକାଲି ରାତିରେ ଟ୍ୱିନ୍‌ ସିଟିରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ କରାଯାଇଥିଲା।

Advertisment

ସେହିପରି ସମ୍ବଲପୁରରେ ସର୍ବନିମ୍ନ ରାତ୍ର ତାପମାତ୍ରା ୧୨.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବରଗଡ଼ରେ ୧୧.୭, ବଲାଙ୍ଗିରରେ ୧୧, ଟିଟିଲାଗଡ଼ରେ ୧୨.୫, ନବରଙ୍ଗପୁରରେ ୧୨, ମାଲକାନଗିରିରେ ୧୩.୯, ପାରାଳାଖେମୁଣ୍ଡିରେ ୧୪, ନୟାଗଡ଼ରେ ୧୩.୫, ତାଳଚେରରେ ୧୧.୪, ଢେଙ୍କାନାଳରେ ୧୧.୯, ଭଦ୍ରକରେ ୧୨.୫, ବାଲେଶ୍ୱରରେ ୧୦.୮,ଯାଜପୁରରେ ୧୪.୨, ଜଗତସିଂହପୁରରେ ୧୨.୨, ଖୋର୍ଦ୍ଧାରେ ୧୪, ପୁରୀରେ ୧୬.୨, ଗୋପାଳପୁରରେ ୧୫.୧ ଡିଗ୍ରୀ ରେକର୍ଡ କରାଯାଇଛି।

Weather News Weather Update Weather Report Weather Condiction Winter Session