ଓଡ଼ିଶା ଉପକୂଳକୁ ପାଖେଇ ଆସିଲାଣି ଭୀଷଣ ବାତ୍ୟା ‘ଦାନା’। ଏବେ ଏହା ପାରାଦୀପରୁ ୧୦୦ କିମି ଦୂରରେ ଅଛି। ସେହିଭଳି ଧାମରା ଠାରୁ ୧୩୦ କିମି ଦୂରରେ ଅଛି। ବାତ୍ୟା ‘ଦାନା’ ଏବେ ଘଣ୍ଟାକୁ ୧୦ରୁ ୧୨ କିମି ବେଗରେ ଆଗକୁ ବଢୁଛି। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେକ ମୃତ୍ୟୁଞ୍ଜୟ ମହାପାତ୍ର ଦେଇଛନ୍ତି ଏହି ସୂଚନା।
ସେ କହିଛନ୍ତି, ବାତ୍ୟା ଆଜି ମଧ୍ୟରାତ୍ରରୁ କାଲି ସକାଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ମଧ୍ୟରାତ୍ରରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯିବ।
ଅନ୍ୟପକ୍ଷରେ ବାତ୍ୟା ସମୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଯୋଗୁ ବନ୍ୟା ଆଶଙ୍କା ରହିଛି। ୧୬ଟି ଜିଲ୍ଲାରେ ମଧ୍ୟମ ଧରଣର ଅଚାନକ ବନ୍ୟା ଆଶଙ୍କା ରହିଛି। ଅନୁଗୋଳ, ବାଲେଶ୍ୱର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଂଜ, ନୟାଗଡ଼ ଓ ପୁରୀ ଜିଲ୍ଲାରେ ବନ୍ୟା ଆଶଙ୍କା କରାଯାଉଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।