Advertisment

ପାଖେଇ ଆସିଲାଣି ‘ଦାନା’, ପାରାଦ୍ୱୀପରୁ ୧୦୦ କିମି ଦୂରରେ ଅଛି

ବାତ୍ୟା ‘ଦାନା’ ଏବେ ଘଣ୍ଟାକୁ ୧୦ରୁ ୧୨ କିମି ବେଗରେ ଆଗକୁ ବଢୁଛି।

Cyclone Dana

Cyclone Dana

Advertisment

ଓଡ଼ିଶା ଉପକୂଳକୁ ପାଖେଇ ଆସିଲାଣି ଭୀଷଣ ବାତ୍ୟା ‘ଦାନା’। ଏବେ ଏହା ପାରାଦୀପରୁ ୧୦୦ କିମି ଦୂରରେ ଅଛି। ସେହିଭଳି  ଧାମରା ଠାରୁ ୧୩୦ କିମି ଦୂରରେ ଅଛି। ବାତ୍ୟା ‘ଦାନା’ ଏବେ ଘଣ୍ଟାକୁ ୧୦ରୁ ୧୨ କିମି ବେଗରେ ଆଗକୁ ବଢୁଛି। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେକ ମୃତ୍ୟୁଞ୍ଜୟ ମହାପାତ୍ର ଦେଇଛନ୍ତି ଏହି ସୂଚନା।

Advertisment

ସେ କହିଛନ୍ତି, ବାତ୍ୟା ଆଜି ମଧ୍ୟରାତ୍ରରୁ କାଲି ସକାଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ମଧ୍ୟରାତ୍ରରୁ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଯିବ।
ମଧ୍ୟରାତ୍ର ପରେ ଜୁଆର ଅଧିକ ହେବ। ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା। ଏହାର ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ପବନ ବଢୁଛି। ଏବେ ୩ ଜିଲ୍ଲାର ଉପକୂଳ ଅଞ୍ଚଳରେ ଘଣ୍ଟା ପ୍ରତି ୬୦ରୁ ୮୦ କିମି ବେଗରେ ପବନ ଚାଲିଛି। ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦କିମି ରହିବ। ୩ ଜିଲ୍ଲାରେ ପବନ ବଢ଼ିବା ସହ ଜୁଆର ବଢ଼ିଛି। ତା’ ସହିତ ବର୍ଷା ହେଉଛି।

ଅନ୍ୟପକ୍ଷରେ ବାତ୍ୟା ସମୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଯୋଗୁ ବନ୍ୟା ଆଶଙ୍କା ରହିଛି। ୧୬ଟି ଜିଲ୍ଲାରେ ମଧ୍ୟମ ଧରଣର ଅଚାନକ ବନ୍ୟା ଆଶଙ୍କା ରହିଛି। ଅନୁଗୋଳ, ବାଲେଶ୍ୱର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଂଜ, ନୟାଗଡ଼ ଓ ପୁରୀ ଜିଲ୍ଲାରେ ବନ୍ୟା ଆଶଙ୍କା କରାଯାଉଛି। 

Advertisment
Cyclone Dana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe