Advertisment

'ଦାନା' ପାଇଁ ଦୁଇ ଦିନ ସୂର୍ଯ୍ୟ ମନ୍ଦିର ବନ୍ଦ

ଗରୁବାର ଠାରୁ ଆସନ୍ତା ଶୁକ୍ରବାର ୨୫ ତାରିଖ ପର୍ଯ୍ୟନ୍ତ ଦୁଇଦିନ ବନ୍ଦ ରହିବ କୋଣାର୍କ ସୂର୍ଯ୍ୟ ମନ୍ଦିର।

author-image
Madhupriya Mistry
Konark

Konark

ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ଦାନା। ଭୀଷଣ ରୂପ ନେଇ ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି ସାମୁଦ୍ରିକ ଝଡ଼। ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବ। ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଦାନା ଏବେ ପାରାଦୀପଠାରୁ ୨୬୦ କିଲୋମିଟର ଦକ୍ଷିଣ ପୂର୍ବ ଓ ଧାମରାରୁ ୨୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି।

Advertisment

ସାମୁଦ୍ରିକ ଝଡ଼କୁ ଦୃଷ୍ଟିରେ ରଖି ଦୁଇ ଦିନ ପାଇଁ ବିଶ୍ୱ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିର ବନ୍ଦ ରହିବ। ପର୍ଯ୍ୟଟକଙ୍କ ସୁରକ୍ଷାକୁ ନଜରରେ ରଖି ଆଜି ଓ ଆସନ୍ତାକାଲି କୋଣାର୍କ ମନ୍ଦିର ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରସାଶନର ନିର୍ଦ୍ଦେଶକ୍ରମେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଗରୁବାର ଠାରୁ ଆସନ୍ତା ଶୁକ୍ରବାର ୨୫ ତାରିଖ ପର୍ଯ୍ୟନ୍ତ ଦୁଇଦିନ ବନ୍ଦ ରହିବ। ପର୍ଯ୍ୟଟକଙ୍କ ସମେତ ସର୍ବସାଧାରଣଙ୍କ ପ୍ରବେଶ ଉପରେ ବାରଣ କରାଯାଇଛି। ବାତ୍ୟା ପ୍ରଭାବ ଯୋଗୁଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

Advertisment

ଏନେଇ ପ୍ରତ୍ନତତ୍ତ୍ୱ ବିଭାଗ ପୁରୀ ଜିଲ୍ଲା ସର୍କଲ ଅଧିକ୍ଷକ ସୂଚନା ଦେଇଛନ୍ତି। ଏବେଠାରୁ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଅର୍କକ୍ଷେତ୍ର ଖାଁ ଖାଁ ହୋଇଯାଇଥିବା ଦେଖିବାକୁ ମିଳିଛି।

Konark Temple Cyclone Update Odisha Cyclone Dana