Advertisment

ଦୁର୍ବଳ ହେଉଛି ‘ଦାନା’, ସରିଲା ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା

ଗତକାଲି ମଧ୍ୟ ରାତ୍ରିରେ ଏହା ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ମାଡ଼ ହୋଇଥିବା ବେଳେ ଆରମ୍ଭ ହୋଇଯାଇଥିଲା ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା। ଏହି ପ୍ରକ୍ରିୟା ଆଜି ସକାଳେ ଶେଷ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

author-image
Niharika Rout
After Cyclone

After Cyclone

ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହୋଇଛି। ଗତକାଲି ମଧ୍ୟ ରାତ୍ରିରେ ଏହା ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ମାଡ଼ ହୋଇଥିବା ବେଳେ ଆରମ୍ଭ ହୋଇଯାଇଥିଲା ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା। ଏହି ପ୍ରକ୍ରିୟା ଆଜି ସକାଳେ ଶେଷ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଗତକାଲି ଭୀଷଣ ବାତ୍ୟାର ରୂପ ନେଇଥିବା ‘ଦାନା’ ଦୁର୍ବଳ ହୋଇ ଆଜି ବାତ୍ୟାରେ ପରିଣତ ହୋଇଛି। ଦୁର୍ବଳ ହୋଇ ଘଣ୍ଟାକୁ ଏହା ୧୦ କିମି ବେଗରେ ଗତି କରୁଛି । ଏଥିସହ ଉତ୍ତର ଉତ୍ତରପଶ୍ଚିମ ଦିଗ ଆଡ଼େ ଗତି କରୁଛି ।

‘ଦାନା’ ବାତ୍ୟାରେ ପରିଣତ ହେବା ପରେ ସ୍ଥଳ ଭାଗରେ ପବନର ବେଗ ୮୦ରୁ ୯୦ କିମି ରହିଛି । ଦଲକା ପବନର ବେଗ ୧୦୦ କିମି ପର୍ଯ୍ୟନ୍ତ ରହିଛି ।

Advertisment

‘ବାତ୍ୟା’ ଦାନା ପ୍ରଭାବରେ ଗତ ରାତିରେ ବିଭିନ୍ନ ସ୍ଥାନରେ ଚାଳଛପର ଘର ସହ ଅନେକ ଆଜବେଷ୍ଟସ ଘର ନଷ୍ଟ ହୋଇଛି। ଆଉ କେଉଁଠି ରାସ୍ତା ଉପରେ ଗଛ ଭାଙ୍ଗି ପଡ଼ିଥିବାବେଳେ ବିଦ୍ୟୁତ୍‌ ସଂଯୋଗ ବି ବିଚ୍ଛିନ୍ନ ହୋଇ ଯାଇଥିଲା। ଆଜି ମଧ୍ୟାହ୍ନ ସୁଦ୍ଧା ରାସ୍ତାରୁ ସମସ୍ତ ଗଛ ହଟାଇବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ୍‌ ସରବରାହ ସ୍ୱାଭାବିକ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି।

Cyclone Dana