ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଛୁଉଁଛି ବାତ୍ୟା ‘ମିଗଜୋମ’। ଭୀଷଣ ବାତ୍ୟାର ରୂପ ନେଇ ଆନ୍ଧ୍ରପ୍ରଦେଶର ସ୍ଥଳଭାଗରେ ତାଣ୍ଡବ ରଚୁଛି ବାତ୍ୟା। ଏହା ଦକ୍ଷିଣ ଆନ୍ଧ୍ରର ବାପଟ୍ଲା ନିକଟରେ ଲ୍ୟାଣ୍ଡଫଲ୍ କରିଛି। ଲ୍ୟାଣ୍ଡଫଲର ପ୍ରକ୍ରିୟା ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ। ଲ୍ୟାଣ୍ଡଫଲ୍ ସ୍ଥଳରେ ପବନ ବେଗ ୯୦ରୁ ୧୧୦ କିମି ରହିଛି। ଆଜି ମଧ୍ୟରାତ୍ର ବେଳକୁ ବାତ୍ୟା ଦୁର୍ବଳ ହୋଇଯିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ବାତ୍ୟା ପ୍ରଭାବରେ ଭୀଷଣ କ୍ଷୟକ୍ଷତି ଆଶଙ୍କା ରହିଛି। ମାଟି ଘରେ ଅଧିକ ବିପଦ ଏବଂ ଫସଲ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Weather
୩ ଦିନ ପରେ ବଢ଼ିବ ଶୀତ, କଲବଲ କରିବ ଘନ କୁହୁଡ଼ି!
ଶୀତ ପରେ ରାଜ୍ୟବାସୀଙ୍କୁ କୁହୁଡି କଲବଲ କରିବ। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।
Weather
ଶୀତ ସାଙ୍ଗକୁ କଲବଲ କରିବ କୁହୁଡି!
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ଶୁକ୍ରବାର ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି, ରାୟଗଡ଼ା ଓ ଝାରସୁଗୁଡ଼ାରେ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି।
Weather
ଆଜି ବି ଥରାଇବ ଶୀତ, କାଲି ବଢ଼ିବ କୁହୁଡ଼ି
ବିଶେଷକରି ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ନୟାଗଡ଼ କେନ୍ଦୁଝର ମୟୂରଭଂଜରେ କୁହୁଡ଼ି ସମ୍ଭାବନା ରହିଛି।
Weather
ଖସୁଛି ପାରଦ, ବଢୁଛି ଶୀତ; କଲବଲ କରିବ ଘନ କୁହୁଡି!
ସେପଟେ ରାଜ୍ୟର କେତେକ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସକାଳେ ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ହୋଇପାରେ।