Advertisment

ମାଡିଆସୁଛି ବାତ୍ୟା ‘ମିଗଜୋମ’

ଉଗ୍ରରୂପ ଧାରଣ କରି ସ୍ଥଳଭାଗ ମୁହାଁ ବାତ୍ୟା ‘ମିଗଜୋମ’। ଭାରତୀୟ ପାଣିପାଗ ବିଭାଗ ମୁତାବକ,ବାତ୍ୟା ‘ମିଗଜୋମ’ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି।

author-image
Manoj Swain

ଉଗ୍ରରୂପ ଧାରଣ କରି ସ୍ଥଳଭାଗ ମୁହାଁ ବାତ୍ୟା ‘ମିଗଜୋମ’। ଭାରତୀୟ ପାଣିପାଗ ବିଭାଗ ମୁତାବକ, ବାତ୍ୟା ‘ମିଗଜୋମ’ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ତାମିଲନାଡୁରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଛି। ପବନର ବେଗ ବଢିବା ସହ ଅବିଶ୍ରାନ୍ତ ବର୍ଷା ହେଉଛି। ରାଜଧାନୀ ଚେନ୍ନାଇରେ ସ୍ଥିତି ଅସମ୍ଭାଳ। ବର୍ଷା ପ୍ରଭାବରେ ଆଠ ଜଣଙ୍କ ମୃତ୍ୟୁ ଘଟିବା ସହ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। 

Advertisment
Andhra Pradesh Chennai Cyclone Michaung