Advertisment

ବାତ୍ୟା ମୁକାବିଲାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଆଜି ମଧ୍ୟରାତ୍ରରେ ଏହି ଭୀଷଣ ବାତ୍ୟା ଖେପୁପାରା ଓ ସାଗର ଦ୍ୱୀପ ମଝିରେ ଅତିକ୍ରମ କରିବ।

author-image
Biswajit Samal
PM

PM

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ରେମାଲ୍’ ଏବେ ଭୀଷଣ ରୂପ ଧାରଣ କରି ବାଂଲାଦେଶ ଓ ପଶ୍ଚିମବଙ୍ଗ ମୁହାଁ ହୋଇଛି। ବର୍ତ୍ତମାନ ଏହା ଉତ୍ତର ବଙ୍ଗୋପସାଗରରେ ଖେପୁପାରାଠାରୁ ୨୨୦ କିଲୋମିଟର ଓ ସାଗର ଦ୍ୱୀପଠାରୁ ୨୧୦ କିଲୋମିଟର ଦୂରରେ ରହିଛି। ଆଜି ମଧ୍ୟରାତ୍ରରେ ଏହି ଭୀଷଣ ବାତ୍ୟା ଖେପୁପାରା ଓ ସାଗର ଦ୍ୱୀପ ମଝିରେ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ରହିବ ଘଣ୍ଟାକୁ ୧୧୦ କିଲୋମିଟରରୁ ୧୨୦ କିଲୋମିଟର ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବାତ୍ୟାକୁ ଦେଖି ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଚବିଶ ପ୍ରଗଣା, ପୂର୍ବ ମେଦିନୀପୁର, କୋଲକାତା, ହାୱଡା, ହୁଗୁଳି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ପୂର୍ବ ମେଦିନିପୁର ଜିଲ୍ଲା ପ୍ରଶାସନ।

Advertisment

ଏହାସହ ସାମୟିକ ଭାବେ ବିମାନ ଓ ରେଳ ଚଳାଚଳ ବନ୍ଦ ରଖାଯାଇଛି। ଦୀଘା ସମୁଦ୍ରକୂଳରେ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ଉଦ୍ଧାରକାର୍ଯ୍ୟ ପାଇଁ ମୁତୟନ କରାଯାଇଛି ୧୨ଟି NDRF ଟିମ୍। ସେପଟେ ସମ୍ଭାବ୍ୟ ବାତ୍ୟା ସ୍ଥିତିର ମୁକାବିଲା ଓ ଏହାର ପ୍ରସ୍ତୁତି ନେଇ ଆଜି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଇଏମଡି ଅଧିକାରୀ ଓ ବିଭିନ୍ନ ବିଭାଗର ସଚିବଙ୍କ ସହ ମୋଦି ଆଲୋଚନା କରିଛନ୍ତି।

ତେବେ ବାତ୍ୟା ରେମାଲର ପ୍ରଭାବ ଓଡ଼ିଶା ଉପରେ ସିଧାସଳଖ ନଥିଲେ ବି ପୂର୍ବ ଉପକୂଳ ଜିଲ୍ଲା ଗୁଡ଼ିକରେ ଆଜି ଅପରାହ୍ନରୁ ବର୍ଷା ଲାଗିରହିଛି। ଏପରିକି କେନ୍ଦ୍ରାପଡ଼ା, କଟକ, ଭୁବନେଶ୍ୱର ଓ ପୁରୀରେ ମଧ୍ୟ ଆଜି ଦିନତମାମ ମେଘୁଆ ପାଗ ସହ ସ୍ଥାନେ ସ୍ଥାନେ ବର୍ଷା ହେଉଛି। ତେବେ ବାଲେଶ୍ୱର ଓ ଭଦ୍ରକ ସମେତ ମୟୂରଭଞ୍ଜରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Advertisment
Cyclone Remal