ଉପକୂଳମୁହାଁ ‘ଦାନା’; ନାହିଁ ଆଖି, ଦେଖାଇଲାଣି କୋପ

IMD ପୂର୍ବାନୁମାନ କରିଥିବା ସ୍ଥାନରେ ହିଁ ସ୍ଥଳଭାଗ ଛୁଇଁବ ବାତ୍ୟା । ଲ୍ୟାଣ୍ଡଫଲ୍ ବେଳେ ୧୦୦-୧୨୦ କିମି ବେଗରେ ବହିବ ପବନ ।

IMD DG

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

Niharika Rout
  • Published: Thursday, 24 October 2024
  • Updated: 24 October 2024, 01:45 PM IST

Sports

Latest News

ଉପକୂଳ ମୁହାଁଇବା ସହ ପ୍ରଭାବ ଦେଖାଇଲାଣି ଭୀଷଣ ବାତ୍ୟା 'ଦାନା' । IMD ପୂର୍ବାନୁମାନ କରିଥିବା ସ୍ଥାନରେ ହିଁ ସ୍ଥଳଭାଗ ଛୁଇଁବ ବାତ୍ୟା । ଲ୍ୟାଣ୍ଡଫଲ୍ ବେଳେ ୧୦୦-୧୨୦ କିମି ବେଗରେ ବହିବ ପବନ । ଏହା ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ପବନର ବେଗ ବି ବଢ଼ିଲାଣି । ମାତ୍ର ଏଯାଏ ‘ଦାନା’ର କୌଣସି ଆଖି ଦେଖାଯାଇନି ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ।

ସେ କହିଛନ୍ତି, ସାଇକ୍ଲୋନ୍ 'ଦାନା' ବଙ୍ଗୋପସାଗରରୁ ବଳ ଗୋଟାଇ ଭୀଷଣ ରୂପ ଧାରଣ କରି ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି । ଭୀଷଣ ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଉପକୂଳ ଆଡ଼େ ମୁହାଁଉଛି । ଆଜି ମଧ୍ୟରାତ୍ରିରୁ କାଲି ସକାଳ ଭିତରେ ଭିତରକନିକା-ଧାମରା ପାଖରେ କରିବ ଲ୍ୟାଣ୍ଡଫଲ୍ । ଲ୍ୟାଣ୍ଡଫଲ୍ ପରେ ବାତ୍ୟା ସାମାନ୍ୟ ରିକର୍ଭ କରିପାରେ ବୋଲି ସେ କହିଛନ୍ତି। ‘ଦାନା’  ଯୋଗୁ କେନ୍ଦ୍ରାପଡ଼ା-ଭଦ୍ରକ ଅଧିକ ପ୍ରଭାବିତ ହେବେ ।

‘ଦାନା’ର କୋପ ଯୋଗୁ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି। ଧୀରେ ଧୀରେ ଏହା ବଢ଼ିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ପ୍ରାୟ ୨ ମିଟର ଉଚ୍ଚର ଜୁଆର ଆସିବ ବୋଲି ସେ କହିଛନ୍ତି।

Also Read

ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, କଟକ, ମୟୂଭରଭଞ୍ଜ, ଢେଙ୍କାନାଳ, ଯାଜପୁର ଆଦି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ । ହାଉଡ଼ା, ହୁଗୁଳି କଲିକତାରେ ବି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସେ କହିଛନ୍ତି ।

‘ଦାନା’ ପ୍ରକୋପ ଯୋଗୁ ପବନ ବେଗ ବଢ଼ିଲେ ବିଭିନ୍ନ ସ୍ଥାନରେ ଗଛ ଡାଳ ଭାଙ୍ଗିପାରେ । ବିଦ୍ୟୁତ୍‌ ଖୁଣ୍ଟ, ଟେଲିଫୋନ ଖୁଣ୍ଟି ବଙ୍କା ହେବା ସହ ଭାଙ୍ଗିପାରେ। ଚାଳ ଘର, ଟିଣ ଛପର ଘର ବି କ୍ଷତିଗ୍ରସ୍ତ ହୋଇପାରେ ବୋଲି କହିଛନ୍ତି IMD ଡିଜି । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story