Advertisment

ଖସୁଛି ପାରଦ, ବଢୁଛି ଶୀତ; କଲବଲ କରିବ ଘନ କୁହୁଡି!

ସେପଟେ ରାଜ୍ୟର କେତେକ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସକାଳେ ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ହୋଇପାରେ।

author-image
Manoranjan Sial
undefined

Fog

ଖସିଛୁ ପାରଦ ଓ ବଢୁଛି ଶୀତ। କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରିଛି ଶୀତ। ଉତ୍ତର-ଉତ୍ତର ପୂର୍ବ ଦିଗରୁ ରାଜ୍ୟକୁ ବାୟୁ ପ୍ରବାହ ଯୋଗୁ ଥଣ୍ଡା ବଢୁଛି। ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରେସ ସେଲସିୟସ୍ ଯାଏ ଖସିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ପୂର୍ବାନୁମାନ ଅନୁସାରେ ଆସନ୍ତା ୪-୫ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ। ଅର୍ଥାତ ଶୀତ ଆହୁରି ବଢ଼ିପାରେ। କିଛି ସ୍ଥାନରେ ପାରଦ ୧୦ ଡିଗ୍ରୀ କିମ୍ବା ତା’ଠୁ ଆହୁରି କମିବା ସମ୍ଭାବନା ରହିଛି।

Advertisment

ସେପଟେ ରାଜ୍ୟର କେତେକ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସକାଳେ ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ହୋଇପାରେ। ଦୃଶ୍ୟମାନ କ୍ଷମତା ୨୦୦ ମିଟରରୁ କମ୍‌ ରହିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଶୁକ୍ରବାର ଓ ଶନିବାର ସକାଳେ ଖୋର୍ଦ୍ଧା, କେନ୍ଦୁଝର, ନୟାଗଡ଼,ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଯାଜପୁର ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣରେ କୁହୁଡି ହେବାର ସମ୍ଭାବନା ରହିଛି। କୁହୁଡି ଯୋଗୁ ସକାଳେ ସକାଳେ ଦୁର୍ଘଟଣା ହେବାର ସମ୍ଭାବନା ରହିଛି।

Advertisment

ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ସର୍ବନିମ୍ନତମ ତାପମାତ୍ରା ରାଉରକେଲାରେ ରେକର୍ଡ କରାଯାଇଛି। ଏଠାରେ ତାପମାତ୍ରା ୭ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି। ସେହିପରି ପାହାଡ଼ି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୧୩.୨ ଡିଗ୍ରୀ ସେଲ୍‌ସିୟସ୍‌, କଟକରେ ୧୩.୦ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି। ଠିକ୍‌ ସେହିପରି ସେମିଳିଗୁଡ଼ାରେ ୬.୬ ଡିଗ୍ରୀ ସେଲ୍‌ସିୟସ୍‌, ଝାରସୁଗୁଡ଼ାରେ ୮.୦ ଡିଗ୍ରୀ ସେଲ୍‌ସିୟସ୍‌, ଚିପ୍‌ଲିମାରେ ୮.୮ ଡିଗ୍ରୀ ସେଲ୍‌ସିୟସ୍‌, ବାଲେଶ୍ୱରରେ ୧୨.୪ ଡିଗ୍ରୀ ସେଲ୍‌ସିୟସ୍‌, ଚାନ୍ଦବାଲିରେ ୧୩.୮ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି।

Weather Report Fog