Boudh
ଦିନକୁ ଦିନ ରାଜ୍ୟରେ ବଢ଼ି ଚାଲିଛି ଖରା। ଚଳିତ ବର୍ଷ ପ୍ରଥମ ଥର ପାଇଁ ଆଜି ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ମାଲକାନଗିରି ଓ ବୌଦ୍ଧରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି। ଏହି ଦୁଇ ସ୍ଥାନକୁ ମିଶାଇ ରାଜ୍ୟର ମୋଟ ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ ଉପରେ ରେକର୍ଡ କରାଯାଇଛି।
ଅନୁଗୋଳରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୭ ଡିଗ୍ରୀ ସେଲ୍ସିୟସ ରହିଥିବା ବେଳେ ଝାରସୁଗୁଡ଼ାରେ ୪୧.୬, ସୁନ୍ଦରଗଡ଼ରେ ୪୦.୧, ତାଳଚେରରେ ୪୦, ଭବାନୀପାଟଣାରେ ୪୧, ବଲାଙ୍ଗିରରେ ୪୧.୭, ଟିଟିଲାଗଡ଼ରେ ୪୧, ନୂଆପଡ଼ାରେ ୪୦.୪ ଓ ରାଉରକେଲାରେ ୪୦.୨ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି।
କଟକରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ରହିଥିବା ବେଳେ ଚାନ୍ଦବାଲିରେ ୩୮.୬, ଭୁବନେଶ୍ୱରରେ ୩୭.୪ ବାରିପଦାରେ ୩୭.୬, କେନ୍ଦୁଝରରେ ୩୯, ସମ୍ବଲପୁରରେ ୩୯.୮, ହୀରାକୁଦରେ ୩୯.୬, କୋରାପୁଟରେ ୩୬.୬, ଫୁଲବାଣୀରେ ୩୯.୧, ସୋନପୁରରେ ୩୯.୯, ନୟାଗଡ଼ରେ ୩୯.୧, ରାୟଗଡ଼ାରେ ୩୯.୪, ଭଦ୍ରକରେ ୩୮.୨, ଯାଜପୁରରେ ୩୭.୫, ଢେଙ୍କାନାଳରେ ୩୭.୯, ନବରଙ୍ଗପୁରରେ ୩୯ ଓ ଖୋର୍ଦ୍ଧାରେ ୩୮.୫ ଡିଗ୍ରୀ ସେଲ୍ସିୟସ ରହିଥିଲା।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଗାମୀ ଦୁଇ ଦିନ ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ତାପମାତ୍ରା ୨ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ।
ସୂଚନାଯୋଗ୍ୟ, ଗତକାଲି ବୌଦ୍ଧରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ମାଲକାନଗିରିରେ ୪୧.୬, ଟିଟିଲାଗଡ଼ରେ ୪୧.୫, ବଲାଙ୍ଗିରରେ ୪୧.୫, ଅନୁଗୋଳରେ ୪୧.୩ ଓ ଭବାନୀପାଟଣାରେ ୪୧ ଡିଗ୍ରୀ ସେଲସିୟସ ରହିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Boudh_1712239608.jpg)